ତୁରନ୍ତ ଥାନାରେ ହାଜର ହେବାକୁ ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ୍
ତୃପ୍ତିଙ୍କ ଏତଲା ଆଧାରରେ ଖାରବେଳ ନଗର ଥାନା ପୋଲିସ ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ୍ ଜାରି କରିଛି। ଓଡ଼ିଶା ଫେରିଲେ ତୁରନ୍ତ ଥାନାରେ ହାଜର ହେବାକୁ ଥାନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ବର: ତୃପ୍ତିଙ୍କ ଏତଲା ଆଧାରରେ ଖାରବେଳ ନଗର ଥାନା ପୋଲିସ ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ୍ ଜାରି କରିଛି। ଓଡ଼ିଶା ଫେରିଲେ ତୁରନ୍ତ ଥାନାରେ ହାଜର ହେବାକୁ ଥାନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଣେ ସତ୍ୟନଗର ଗେଷ୍ଟହାଉସକୁ ଯାଇ ତଦନ୍ତ କରିଛି ଖାରବେଳ ନଗର ଥାନା ପୋଲିସ। ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପୋଲିସ ପଚରାଉଚରା କରୁଛି ।

ତେବେ ଘଟଣାରେ ମୋଟ ୭ ଜଣଙ୍କ ବୟାନ ରେକର୍ଡ । ଉଭୟ ପକ୍ଷରୁ କରାଯାଇଥିବା ୨ଟି ମାମଲାରେ ପୋଲିସ ବୟାନ ରେକର୍ଡ କରିଛି । ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ତାଙ୍କ ବାପା ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା, ଅଶୋକ ପ୍ରହରାଜ, ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କୃଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ ସରିଛି । ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ୍ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ୍ ହୋଇଛି । ଓଡ଼ିଶା ଫେରିଲେ ତୁରନ୍ତ ଥାନାରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି ।
ବାବୁସାନଙ୍କ ବିରୋଧରେ ୪୯୮ ଏ ଓ ପ୍ରକୃତିଙ୍କ ବିରୋଧରେ ୫୦୬ ଦଫା ଲାଗିଛି । ସେପଟେ ପ୍ରକୃତିଙ୍କ ମାଆ କରିଥିବା ଅଭିଯୋଗ ଆଧାରରେ ତୃପ୍ତିଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ୩୪୧, ୨୯୪, ୩୨୩, ୫୦୬, ୩୪ IPC ଲାଗିଛି । ସତ୍ୟନଗରସ୍ଥିତ ଯେଉଁ ଗେଷ୍ଟ ହାଉସକୁ ନେଇ ଚର୍ଚ୍ଚା ହେଉଥିଲା, ସେହି ଗେଷ୍ଟ ହାଉସକୁ ଯାଇ ତଦନ୍ତ କରିଛି ଖାରବେଳନଗର ଥାନା ପୋଲିସ ।
ଉଲ୍ଲେଖଥାଉ କି, ଶନିବାର ସକାଳୁ ସକାଳୁ ଝଡି-ବର୍ଷାରେ ଦାଣ୍ଡରେ ପଡ଼ି ହାଟରେ ଗଡିଥିଲା ଓଲିଉଡ଼ ଷ୍ଟାର କିଡ୍ସଙ୍କ କଳି । ସୁପରଷ୍ଟାର
ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥିଙ୍କୁ ନେଇ ସୋସିଆଲ ମିଡିଆରେ ଭାଇଲାର ହୋଇଥିଲା କୋଡିଓରୁ ଉର୍ଦ୍ଧ୍ୱ ଭିଡିଓ । ରାସ୍ତ ମଝିରେ ତିନି ଜଣଙ୍କ ଝଗଡା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ସାରା ରାଜ୍ଯ । ତେବେ ଘଟଣାରେ ପ୍ରକୃତିଙ୍କ ବାପା, ମା ଖାରବେଳନଗର ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିଛନ୍ତି । ଅନ୍ୟପକ୍ଷରେ ଖାରବେଳନଗର ଥାନାରେ ଶାଶୂ ଅପରାଜିତାଙ୍କ ସହ ମିଶି ଏତଲା ଦେଇଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି ।












Click it and Unblock the Notifications