କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌

କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌ । ରାଜ୍ୟସଭାରେ ଅଭିଯୋଗ କରିଥିଲେ ୭ ସାଂସଦ। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଜାରି କରାଯାଇଛି । ସରକାରୀ କାର୍ଯ୍ୟକ୍ରମକୁ ସାଂସଦଙ୍କୁ ଆମନ୍ତ୍ରଣ କରାନଯିବା ଘଟଣାକୁ ନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ନିର୍ଦ୍ଦେଶକ ସକେତ କୁମାର ଏହି ନୋଟିସ୍‌ କେନ୍ଦ୍ର ପର୍ସନେଲ୍‌, ପବ୍ଲିକ୍‌ ଗ୍ରିଭାନ୍‌ସେସ୍‌ ଓ ପେନ୍‌ସନ୍‌ ବିଭାଗ ମନ୍ତ୍ରଣାଳୟ ଜରିଆରେ ପ୍ରଦାନ କରିଛନ୍ତି ।

Collector of Cuttack
ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, ମୁଜିବୁଲ୍ଲା ଖାଁ, ସୁଲତା ଦେଓ, ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମାନସ ରଞ୍ଜନ ମଙ୍ଗରାଜଙ୍କ ପକ୍ଷରୁ ଫେବ୍ରୁଆରି ୫ ତାରିଖରେ ଏହି ନୋଟିସ୍‌ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟସଭା ସଚିବାଳୟ ପକ୍ଷରୁ ଗତ ୧୧ ତାରିଖରେ ବିଭାଗକୁ ପଠାଯାଇ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଜାନୁଆରି ୨୩ ତାରିଖ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଆସିଥିଲେ । ସେଠାରେ ବିଭିନ୍ନ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିଲା । ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ କଟକର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇ ନଥିଲା କି ଫଳକରେ ତାଙ୍କ ନାମ ନଥିଲା । ଏହି ପ୍ରସଙ୍ଗ ଶ୍ରୀ ସାମନ୍ତରାୟ ରାଜ୍ୟସଭାରେ ଉତ୍‌ଥାପନ କରିଥିଲେ । ଏହା ରାଜ୍ୟସଭା ଓ ରାଜ୍ୟସଭାର ଅଧ୍ୟକ୍ଷଙ୍କ ପ୍ରତି ପରୋକ୍ଷରେ ଅପମାନ ବୋଲି କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+