ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି: କାହାକୁ ଦିଲ୍ଲୀ ପଠାଇବେ ନବୀନ ?
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ରାଜ୍ୟସଭା ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଏହା ଜୁନ ୨ ତାରିଖ ଯାଏ ଚାଲିବ। ୧୩ ତାରିଖରେ ହେବ ଭୋଟିଂ।
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ରାଜ୍ୟସଭା ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଏହା ଜୁନ ୨ ତାରିଖ ଯାଏ ଚାଲିବ। ୧୩ ତାରିଖରେ ହେବ ଭୋଟିଂ।

ଫର୍ମ କିଣିଲା ବିଜେଡି-
ଏହା ଭିତରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ୧୪ ସେଟ୍ ଫର୍ମ ବିକ୍ରି ହୋଇଛି । ଏହି ୧୪ ସେଟ୍ ଫର୍ମରୁ ବିଧାନସଭାରୁ ୧୨ ସେଟ୍ ଫର୍ମ ନେଇଛି ବିଜେଡି । ବିଧାୟକ ଅନନ୍ତ ନାରାୟଣ ଜେନା ବିଜେଡି ପକ୍ଷରୁ ୧୨ ସେଟ୍ ଫର୍ମ ନେଇଛନ୍ତି । ସେହିଭଳି ଅନ୍ୟ ୨ଟି ଫର୍ମ ଅନ୍ୟ ଜଣେ ବ୍ୟକ୍ତି ନେଇଥିବା ସୂଚନା ମିଳିଛି ।
ସୁବାସ ସିଂ କଟକ ମେୟର ହେବା ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଏହି କାରଣରୁ ଗୋଟିଏ ଆସନ ଖାଲି ପଡ଼ିଛି। ଯେହେତୁ ସଂଖ୍ୟା ଦୃଷ୍ଟିରୁ ୪ ଆସନ ବିଜେଡି ଖାତାକୁ ଆସିବା ନିଶ୍ଚିତ ତେଣୁ ନବୀନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏନେଇ ସରପ୍ରାଇଜ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ପୂର୍ବ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବା ବିଜେଡି ଏଥର ମଧ୍ୟ ଏକାଧିକ ମହିଳାଙ୍କୁ ରାଜ୍ୟସଭା ପଠାଇବ ବୋଲି ବିଧାୟିକା ଉଷା ଦେବୀ କହିଥିଲେ।












Click it and Unblock the Notifications