ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ, ବାର୍ଦ୍ଧକ୍ୟ ଜନିତ ରୋଗରେ ଥିଲେ ପୀଡ଼ିତ

ପଶ୍ଚିମ ଓଡ଼ିଶାର ପ୍ରଖ୍ୟାତ ଗୀତିକାର ଓ ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତ ଆଉ ନାହାନ୍ତି। ଆଜି ସକାଳେ ସମ୍ବଲପୁର ସେନ୍‌ ପାର୍କ୍‌ ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରୁଛନ୍ତି । ତାଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।

Padma Shri Vinod Pasayat

ବଲାଂଗୀରର ଟିକ୍ରାପଡ଼ାରେ ଜନ୍ମିତ ବିନୋଦ ପାଠପଢ଼ା ଛାଡ଼ି ତାଙ୍କ ପିତାଙ୍କ ସେଲୁନ୍‌ରେ କାମ କରିବା ଆରମ୍ଭ କରିଥିଲେ। ସେହି ସମୟରେ କିନ୍ତୁ ବଲାଂଗୀର ପ୍ରସିଦ୍ଧ ରାମଜୀ ନାଟକ ପାର୍ଟିରେ ଶିଶୁ କଳାକାର ଭାବେ ଅଭିନୟ କରିବା ଆରମ୍ଭ କରିଥିଲେ। ୧୯ ବର୍ଷ ବୟସରେ ଜୀବକା ‌ଅନ୍ବେଷଣରେ ସମ୍ବଲପୁର ଚାଲିଆସି ସହର ହୃଦୟସ୍ଥଳରେ ବୈଦ୍ୟନାଥ ଛକରେ ନିଜର ଏକ ସେଲୁନ୍ ଆରମ୍ଭ କରିଥିଲେ। ଗୁରୁ ଅରୁଣ ପ୍ରସନ୍ନ ସେଠଙ୍କ ପ୍ରେରଣାରେ ସମ୍ବଲପୁରୀ ଭାଷାରେ ଲେଖିବା ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କ ସେଲୁନ୍‌ ସାହିତ୍ୟ ଓ ସଂସ୍କୃତି ପ୍ରେମୀଙ୍କ ମିଳନ କେନ୍ଦ୍ରରେ ପରିଣତ ହୋଇଯାଇଥିଲା। ବହୁ ସାରସ୍ବତ ସାଧକଙ୍କ ଆଗମନ ସହିତ ତାଙ୍କ ସେଲୁନ୍‌ରେ ସାହିତ୍ୟ ଚର୍ଚ୍ଚା ହେବା ଆରମ୍ଭ ହୋଇଥିଲା। ସମ୍ବଲପୁରୀ ଭାଷାର ଜନକ କହାଯାଉଥିବା ଗୁରୁ ସତ୍ୟ ନାରାୟଣ ବହିଦାର ଥରେ କହିଥିଲେ 'ବିନୋଦ ପଶାୟତଙ୍କ ସେଲୁନ୍ ହେଉଛି ସରସ୍ବତୀଙ୍କ ମନ୍ଦିର'।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+