ହାଇକୋର୍ଟଙ୍କ ତାଗିଦ: ଚୁପ ରୁହ ବର୍ଷା-ଅନୁଭବ
ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ତାଗିଦ୍ । ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରାଯାଇଛି।
କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ତାଗିଦ୍ । ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରାଯାଇଛି। କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଅନୁଭବ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ଚରିତ୍ର ସଂହାର କରୁଥିବା କହି ହାଇକୋର୍ଟର ଆଶ୍ରୟ ନେଇଥିଲେ ବର୍ଷା ।
ଆଉ ଆଜି ଏହାର ଶୁଣାଣି କରି ହାଇକୋର୍ଟ ଅନୁଭବଙ୍କୁ ଭିଡ଼ିଓ ପୋଷ୍ଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ରେ ହେବ । ତେବେ ଆଜି ଶୁଣାଣି ପୂର୍ବରୁ ହିଁ ଅନୁଭବ ଆଉ ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ପୂର୍ବରୁ ୩ଟି ଭିଡ଼ିଓ ପୋଷ୍ଟ କରି ବର୍ଷାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ଅନୁଭବ ।
ସୂଚନାଥାଉ କି, କିଛିଦିନ ହେବ ଅନୁଭବ ଓ ପତ୍ନୀ ବର୍ଷାଙ୍କ ମଧ୍ୟରେ ସୋସିଆଲ୍ ମିଡିଆ ୱାର୍ ଦେଖିବାକୁ ମିଳିଥିଲା। କେତେବେଳେ ପାରିବାରିକ ବିବାଦ ମାମଲାକୁ ନେଇ ବର୍ଷାଙ୍କ ବିରୋଧରେ ଅନୁଭବ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରୁଛନ୍ତି । ତ ଆଉ କେତେବେଳେ ବର୍ଷାଙ୍କ ଫ୍ୟାନ୍ ସୋସିଆଲ୍ ମିଡିଆରେ ଅନୁଭବଙ୍କ ନାଁ ନନେଇ ତାଙ୍କ ବିରୋଧରେ ପୋଷ୍ଟ ସେୟାର କରୁଛନ୍ତି ।












Click it and Unblock the Notifications