ଖାଲି ମହାକୁମ୍ଭ ନୁହେଁ, ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଓଡ଼ିଶାରୁ ଗଡ଼ିବ ବସ୍
ଖାଲି ମହାକୁମ୍ଭ ନୁହେଁ, ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍। ଓଡ଼ିଶାରୁ ବିଭିନ୍ନ ତୀର୍ଥ ସ୍ଥାନକୁ ବସ୍ ଗଡ଼ିବା ନେଇ ପରିବହନ ମନ୍ତ୍ରୀଙ୍କ ସୂଚନା ।ମହାକୁମ୍ଭମେଳା ପାଇଁ ଏବେ ୪ଟି ଜାଗାରୁ ବସ୍ ଗଡ଼ିବ' 'ଭୁବନେଶ୍ବର, ବ୍ରହ୍ମପୁର, ଭବାନୀପାଟଣା, ସମ୍ବଲପୁରରୁ ଗଡ଼ିବ ବସ୍' ।'ଏହାବାଦ୍ ଅନ୍ୟ ତୀର୍ଥସ୍ଥାନକୁ ବି ବସ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି' ।

ଜାନୁଆରୀ ୧୩ରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏହି ମେଳାରେ କୋଟି କୋଟି ଶ୍ରଦ୍ଧାଳୁ ଯୋଗଦେଇ ଗଙ୍ଗାରେ ବୁଡ଼ ପକାଇବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଏଥିରେ ସାମିଲ୍ ହେବା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ୍। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ ସେବା ଆରମ୍ଭ ହେବ।
ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍ଗୁଡ଼ିକ ଯିବ। ସ୍ୱତନ୍ତ୍ର ବସ୍ ସେବା ଆସନ୍ତା ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ। ଓଏସ୍ଆରଟିସି ୱେବ୍ସାଇଟ୍, ମୋବାଇଲ୍ ଆପ୍ରେ ଟିକଟ ବୁକିଂ କରିହେବ ବୋଲି ଓଏସ୍ଆରଟିସି ପକ୍ଷରୁ କୁହାଯାଇଛି।












Click it and Unblock the Notifications