ଅପହରଣ ନୁହେଁ ଦୁର୍ଘଟଣାରେ ଯାଇଛି ୪ ଜଣ ଜୀବନ
ଅପହରଣ ନୁହେଁ ଦୁର୍ଘଟଣାରେ ଯାଇଛି ୪ ଜଣ ଜୀବନ । ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା । ଉମରକୋଟର ୪ ଜଣ ନିଖୋଜ ଘଟଣାରେ ସାମ୍ନାକୁ ଆସିଲ ସତ ।
ଉମରକୋଟ: ଅପହରଣ ନୁହେଁ ଦୁର୍ଘଟଣାରେ ଯାଇଛି ୪ ଜଣ ଜୀବନ । ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା । ଉମରକୋଟର ୪ ଜଣ ନିଖୋଜ ଘଟଣାରେ ସାମ୍ନାକୁ ଆସିଲ ସତ । ଖୋଜା ଖୋଜି ପରେ ୪ ଜଣ ଫେରୁଥିବା କାରଟି ରାସ୍ତା କଡ଼ କୂଅ ଭିତରୁ ଠାବ କରାଯିବା ସହ ୪ ମୃତଦେହ ଗାଡ଼ି ଭିତରୁ ମିଳିଛି । କୂଅରୁ ପାଣି ଖାଲି କରାଯାଇ ସସମସ୍ତଙ୍କୁ ଉଦ୍ଧାର କରୁଛି ପୋଲିସ ।

ରାଇଘର ତହସିଲ ସୁପରଭାଇଜର ସପନ ସରକାର ଓ ତାଙ୍କ ସ୍ତ୍ରୀ ରୀତା ସରକାର, ଶଳା ବିଶୁ ଅଧିକାରୀ ଏବଂ ଅନ୍ୟଜଣେ ବନ୍ଧୁ ହାଜାରୀ ଡାଲି ଛତିଶଗଡ଼ କାଙ୍କେରରେ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ହେଲେ ସେଠାରୁ ଆଉ ଘରକୁ ଫେରି ନଥିଲେ । ସକାଳୁ ପରିବାର ଲୋକେ ବିଭିନ୍ନ ଆଡେ ଖୋଜାଖୋଜି କରିଥିଲେ ବି ସେମାନଙ୍କ ପତ୍ତା ମିଳି ନଥିଲା । ଗତକାଲି ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ।
ତେବେ ଆଜି ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା କୂଅ ଭିତରୁ କାରକୁ ବାହାର କରାଯାଇଥିଲା। ଏହାରି ମଧ୍ୟରୁ ୪ ମୃତଦେହ ଉଦ୍ଧାର କରାଯାଇଛି। । ପୂର୍ବରୁ ଅପହରଣ ନେଇ ସନ୍ଦେହ କରାଯାଉଥିବା ବେଳେ ଏବେ ସମସ୍ତ ୪ ଜଣ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି ।












Click it and Unblock the Notifications