ସକାଳ ୮ଟାରୁ ସ୍ୱାଭାବିକ ହେବ ବିମାନ ଚଳାଚଳ, ବାତ୍ୟା ଦାନା ପାଇଁ ଥିଲା ବନ୍ଦ
ଭୁବନେଶ୍ୱର: ମଧ୍ୟରାତ୍ରରେ ମାଡ଼ ହେଲା ବାତ୍ୟା ଦାନା। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କଲା ସ୍ଥଳଭାଗ। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ଆଉ ବର୍ତ୍ତମାନତ୍ତ୍ୟା ଲ୍ୟାଣ୍ଡଫଲ କରିବା ପରେ ବିମାନ ଚଳାଚଳ ସ୍ୱାଭାବିକ ହେଲା ।

ଶୁକ୍ରବାର ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ଭୁବନେଶ୍ୱରରେ ବିମାନ ଚଳାଚଳ ସ୍ୱାଭାବିକ ହେବା ନେଇ ଖବର ଆସିଛି । ସକାଳ ୮ଟାରୁ ବିମାନ ଚଳାଚଳ ପୂର୍ବଭଳି ସ୍ୱାଭାବିକ ହେବା ନେଇ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ବାତ୍ୟା ଦାନା ପାଇଁ ଗତକାଲି ସନ୍ଧ୍ୟା ୫ଟାରୁ ବନ୍ଦ ଥିଲା ବିମାନ ଚଳାଚଳ । ହେଲେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ଏବେ ଧାର୍ୟ୍ୟ ସମୟର ଏକ ଘଣ୍ଟା ପୂର୍ବରୁ ବିମାନ ଚଳାଚଳ ସ୍ୱାଭାବିକ ହେବା ନେଇ ସୂଚନା ମିଳିଛି ।












Click it and Unblock the Notifications