ଆମ ବିଧାୟକ କେହି ଗୃହକୁ ଯିବେନି, ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିବେ' ; ତାରା ପ୍ରସାଦ ବାହିନୀପତି
କଂଗ୍ରେସ ବିଧାୟକ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆମ ବିଧାୟକ କେହି ଗୃହକୁ ଯିବେନି, ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିବେ। ଗୃହରେ ଯାହା ଘଟିଲା ଏହା ଭାଜପାର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା ଅନେକ ସମୟରେ ମୁଁ ପ୍ରଶ୍ନ ପଚାରିଥିଲି, ତାଙ୍କୁ ବାଣ ଭଳିଆ ଭେଦିଥିଲା।

ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ମଙ୍ଗଳବାର ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଛି।
ଏନେଇ ମୁହଁ ଖୋଲିଛନ୍ତି ତାରା। ସେ କହିଛନ୍ତି, ରାତି ସାରା ପ୍ରତିବାଦ କରିବୁ । ଗାନ୍ଧି ମୂର୍ତ୍ତି ତଳେ ବସି ରାତି ସାରା ପ୍ରତିବାଦ କରିବୁ। ବିଧାନସଭାରେ ଅଶାନ୍ତ ପରିବେଶ ନେଇ ବାଚସ୍ପତିଙ୍କୁ ଜଣାଇଥିଲୁ ହେଲେ ଆମ କଥା ଶୁଣିଲେନି। ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଜୟନାରାୟଣ ମୋର କଲର୍ ଧରିଲେ, ବାବୁ ସିଂ ଧକ୍କା ମାରିଲେ। ଏନେଇ ଲେଖିକି ଜଣାଇଲୁ ହେଲେ ବାଚସ୍ପତି ଶୁଣିଲେନି। ମୁଁ ସରକାରଙ୍କ ବିରୋଧରେ କହୁଛି ବୋଲି ସେମାନେ ଡରୁଛନ୍ତି।












Click it and Unblock the Notifications