କଙ୍କଡ଼ା ୧୦୦୦କୁ ମଟନ୍‌ ୮୦୦; ଶେଷ ଆମିଷ ବାର ହେତୁ ଆକାଶ ଛୁଆଁ ଦର

ଆଜି ଆମିଷ ବଜାରରେ ଆକାଶ ଛୁଆଁ ଦର । କଙ୍କଡା ୧୦୦୦ ଟଙ୍କା ଥିବା ବେଳେ ମଟନ୍‌ ୮୦୦ ଟଙ୍କା ରହିଛି । ସେହିପରି ଚିଙ୍ଗୁଡ଼ି ୫୦୦, ଭାକୁର ମାଛ ୨୫୦ କୁ ରୋହି ୨୦୦ । ଆମିଷ ବଜାରରେ ଲାଗିଛି ନିଆଁ ।

ରବିବାରଠୁ କାର୍ତ୍ତିକ ମାସ ଆରମ୍ଭ ହେଉଥିବା ବେଳେ, କାଲି ଘରେ ଘରେ କୁମାର ପୂର୍ଣ୍ଣିମା । ତା ସହ ଗଜ ଲକ୍ଷ୍ମୀ ପୂଜା । ପୁଣି ଚନ୍ଦ୍ରଗ୍ରହଣ ପଡୁଛି ।ଏହାରି ଭିତରେ ଆଜି ଶୁକ୍ରବାର ଆମିଷ ବାର । କାହାରି ଘରେ କାଲିଠୁ ଆଉ ଆମିଷ ପଶିବନି । ମାସ ସାରା ନିରାମିଷ ଖାଇବାକୁ ପଡିବ। ତେଣୁ ଆଜି ଶେଷ ଆମିଷ ବାରି ଥିବାରୁ ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ଆମିଷ ।

ସେହିପରି ଦେଶୀ କୁକୁଡା ୫୦୦, ବ୍ରଏଲର ୨୫୦, ବନରାଜ କୁକୁଡ଼ା ୨୨୦, ଚିଙ୍ଗୁଡ଼ି ଦର ୪୦୦ରୁ ୬୦୦, ଲୁଣି ମାଛ ୧୫୦ରୁ ୨୫୦, ଇଲସି ଦର ୧୦୦୦ ଟଙ୍କା ରହିଛି ।

ଭୁବନେଶ୍ୱର ହେଉକି ରାଉରକେଳା କିମ୍ବା ସମ୍ବଲପୁର ସବୁଠି ଆମିଷ କିଣିନେବାକୁ ଦୋକାନରେ ଭିଡ଼ ଜମିବ । ଗ୍ରାହକଙ୍କ ମନଜାଣି ବେପାରୀ ବାହାରୁ ମାଛ ମାଂସ ଆମଦାନୀ କରିଛନ୍ତି । ସେହିପରି ହୋଟେଲ ମାଲିକ ମାନେ ବି ମାଛ ବୁହାଉଛନ୍ତି ।

nonveg_rate

ସେହିପରି କନ୍ଦାଉଛି ପିଆଜ । ୫ ଦିନ ତଳେ କିଲୋ ପିଛା ୩୫ରୁ ୪୦ ଟଙ୍କା ମଧ୍ୟରେ ରହିଥିବା ବେଳେ ଆଜି ପ୍ରାୟ ୧୫ ଟଙ୍କା ବୃଦ୍ଧି ପାଇଁ କିଲୋପିଛା ଦର ୫୫ ଟଙ୍କା ହୋଇଛି। କଟକର ମୁଖ୍ୟ ପରିବା ହାଟ ଛତ୍ରବଜାରରେ ଆଜି ପିଆଜ ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି ।

ଆନ୍ଧ୍ର ପ୍ରଦେଶ ଓ ବେଙ୍ଗାଲୁରରୁ ପିଆଜ ଆମଦାନୀ ହୋଇପାରୁ ନ ଥିବା ବେଳେ, ପିଆଜ ଆବଶ୍ୟକତା ପୂରଣ କରିବା ପାଇଁ ନାସିକରୁ ପିଆଜ ଆମଦାନୀ କରାଯାଉଛି । ତେବେ ବ୍ୟବସାୟୀ ସଙ୍ଘ ପକ୍ଷରୁ କୁହାଯାଇଛି ଯେ ନାସିକରେ ପିଆଜ ଅଧିକ ଦାମ ଅଧିକ ରହୁଥିବାରୁ ରାଜ୍ୟରେ ପିଆଜ ଦାମ ବୃଦ୍ଧି ପାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+