କୁଳପତିଙ୍କ ନିଷ୍ପତ୍ତି: ଉତ୍କଳ ୟୁନିଭର୍ସିଟି କ୍ୟାମ୍ପସରୁ ତଡ଼ା ହେବେ ଅଣଛାତ୍ର
ବାଣୀବିହାର କ୍ୟାମ୍ପସରୁ ତଡା ହେବେ ଅଣଛାତ୍ର। ଅଣଛାତ୍ର ମାନଙ୍କୁ କ୍ୟାମ୍ପସରେ ରହିବାକୁ ଆଉ ଦିଆଯିବ ନାହିଁ ଅନୁମତି । JNU ପ୍ରଫେସସରଙ୍କୁ ଆକ୍ରମଣ ପରେ ଏମିତି କଡା ନିଷ୍ପତି ନେଇଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ ।

ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସରୁ ତଡା ହେବେ ଅଣଛାତ୍ର। ଅଣଛାତ୍ର ମାନଙ୍କୁ କ୍ୟାମ୍ପସରେ ରହିବାକୁ ଆଉ ଦିଆଯିବ ନାହିଁ ଅନୁମତି । JNU ପ୍ରଫେସସରଙ୍କୁ ଆକ୍ରମଣ ପରେ ଏମିତି କଡା ନିଷ୍ପତି ନେଇଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ । ଆକ୍ରମଣ ଘଟଣା ପରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ବସିଥିଲା ଶୃଙ୍ଖଳା କମିଟି ବୈଠକ ।
ବୈଠକର ନିଷ୍ପତ୍ତି ଅନୁଯାୟୀ ପର୍ଯ୍ୟାୟକ୍ରମେ ବିଭିନ୍ନ ହଷ୍ଟେଲ ଉପରେ ଚଢ଼ଉ କରାଯାଇ ଅଣଛାତ୍ରଙ୍କୁ ଚିହ୍ନଟ କରାଯିବ ଆଉ ତା ପରେ ସେମାନଙ୍କୁ ବିଦା କରାଯିବ । ଏନେଇ ବୈଠକରେ ବ୍ଲୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି । ସେତିକି ନୁହେଁ, ବିଦା ହେବ ପରେ ହଷ୍ଟେଲ୍ ଭିତରକୁ ଅଣଛାତ୍ର ପଶିବି ପାରିବେନି । ସେମାନଙ୍କୁ ପଶିବାକୁ ଦିଆଯିବ ନାହିଁ । ସେଥିପାଇଁ ଆଗକୁ ହଷ୍ଟେଲ୍ ଗୁଡ଼ିକରେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯିବ । ପ୍ରବେଶ ପଥରୁ ଆରମ୍ଭ କରି କ୍ୟାମ୍ପସର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବ । ହଷ୍ଟେଲ ଗୁଡ଼ିକରେ ଲାଗିଥିବା ସିସିଟିଭି ଗୁଡ଼ିକୁ ମରାମତି କରାଯିବ ।
ତେବେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଅଣଛାତ୍ରଙ୍କୁ ତଡ଼ିବା ନିଷ୍ପତ୍ତି ନୂଆ ନୁହେଁ । ଆଗରୁ ଏପରି ନିଷ୍ପତ୍ତି ନିଆଯାଇଛି ଏବଂ ଏହାକୁ କାର୍ଯ୍ୟକାରୀ କରିବାରେ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି ।
୨୦୧୯ରେ କ୍ୟାମ୍ପସକୁ ଅଣଛାତ୍ର ମୁକ୍ତ କରିବା ଲାଗି ପୋଲିସ ସହାୟତାରେ ୭ ନମ୍ବର ଛାତ୍ରାବାସ ଉପରେ ଚଢ଼ଉ କରାଯାଇଥିଲା । ୬୦ଜଣ ଅଣଛାତ୍ରଙ୍କୁ କାଢ଼ା ଯାଇଥିଲା। ହେଲେ ଯେଉଁମାନଙ୍କୁ ତଡ଼ା ଯାଇଥିଲା, ସେମାନେ ଏବେ ପୁଣିଥରେ ଡେରା ପକାଇ ଲେଣି । ବିଭିନ୍ନ ହଷ୍ଟେଲରେ ରହୁଛନ୍ତି । ପ୍ରାୟ ୨୦ଟି ରୁମରେ ଛାତ୍ରଙ୍କ ସହ ଅଣଛାତ୍ରମାନେ ରହୁଥିବା ସୂଚନା ମିଳିଛି । ସେମାନଙ୍କୁ ଚିହ୍ନଟ କରି କ୍ୟାମ୍ପସରୁ ତଡ଼ିବା ଏବେ କର୍ତ୍ତୃପକ୍ଷଙ୍କ ଲାଗି ଆହ୍ବାନ ସୃଷ୍ଟି କରିଛି।
ସୂଚନାଥାଉ କି, ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ହଲରେ ଅର୍ଥନୀତି ବିଭାଗ ପ୍ରଫେସର ସୁରଜିତ ମଜୁମଦାରଙ୍କୁ ଆକ୍ରମଣ ଘଟଣାରେ ସହିଦ ନଗର ଥାନା ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ମାନସ ସାହୁ ଓ ସଞ୍ଜୟ ମଲ୍ଲିକ ।ଉଭୟେ ଗୋପବନ୍ଧୁ ଛାତ୍ରାବାସରେ ରହୁଥିଲେ। ମାନସ ଭଦ୍ରକରୁ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢିଥିବା ବେଳେ ସଞ୍ଜୟ ଏବିଭିପିର ସମର୍ଥକ ବୋଲି ଜଣା ପଡିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications