ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରୁ ବିଦା ହେବେ ଅଣଛାତ୍ର; କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ
ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ । ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରୁ ବିଦା ହେବେ ଅଣଛାତ୍ର । ୧,୨,୩ ଓ ୫ ନମ୍ବର ହଷ୍ଟେଲରୁ ତଡ଼ା ଖାଇବେ ଅଣଛାତ୍ର । ବର୍ଷ ବର୍ଷ ଧରି ହଷ୍ଟେଲରେ ରହୁଥିବା ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପଦକ୍ଷେପ । ବାଣୀବିହାର କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ।

ପୁଲିସ ଅଧିକାରୀଙ୍କ ସହ ବିଶ୍ଵବିଦ୍ୟାଳୟର ବରିଷ୍ଠ ଅଧିକାରୀ ମଧ୍ୟ ଏହି ଚଢ଼ଉରେ ସାମିଲ ରହିଛନ୍ତି। ଏହି କାରଣରୁ ଆଜି ଦିନ ୧.୩୦ ପର୍ଯ୍ୟନ୍ତ ବିଶ୍ଵବିଦ୍ୟାଳୟର ସମସ୍ତ କ୍ଲାସକୁ ରଦ୍ଦ କରିଛନ୍ତି ପିଜି କାଉନସିଲ। ଏକକାଳୀନ ଭାବେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହି କାମରେ ନିୟୋଜିତ ହୋଇଛନ୍ତି ୫ ଏସିପି, ୪ ଜଣ ଆଇଆଇସି ଓ ୧୩ ଏଏସ୍ଆଇ। ଜୋନ ୫ ଏସିପି ବିଶ୍ବରଂଜନ ସେନାପତି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରିବେ। ବରିଷ୍ଠ ପୁଲିସ ଅଧିକାରୀ ଅନୁପ କାନୁନଗୋ ସମ୍ପୂର୍ଣ୍ଣ ସୁରକ୍ଷା ଦୟିତ୍ୱକୁ ତୁଲାଉଥିବା ଜଣାଯାଇଛି ।

ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ। ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସରେ ଚଢ଼ଉ ଆରମ୍ଭ କରିଛି କମିସନରେଟ୍ ପୁଲିସ୍। ବିଭିନ୍ନ ଛାତ୍ରାବାସର କୋଠରୀର ତାଲା ଭାଙ୍ଗି ତଲାସି ନେଉଛି ପୁଲିସ୍। ଦିନ ୧୦.୩୦ ପରଠାରୁ ବିଭିନ୍ନ ହଷ୍ଟେଲରେ ଛପା ମାରିଛି ପୁଲିସ। ୧, ୨, ୩ ଓ ୫ ନଂ ହଷ୍ଟେଲରୁ ବିଦା ହେବେ ଅଣଛାତ୍ର।

Click it and Unblock the Notifications