ଶ୍ରୀମନ୍ଦିରକୁ ପ୍ରବେଶ କଲେ ଅଣ ହିନ୍ଦୁ
ଶ୍ରୀମନ୍ଦିରର ସବୁ ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ମନ୍ଦିରର ଗୁମୁଟ ଭିତରକୁ ପଶିଗଲେ ଅଣହିନ୍ଦୁ। ଉକ୍ତ ଅଣହିନ୍ଦୁ ଜଣଙ୍କ ଚାଈନିଜ ଭାସାରେ କଥାବାର୍ତ୍ତା କରୁଥିବା ବେଳେ ଶ୍ରୀମନ୍ଦିର ପୋଲିସକୁ ଚ୍ୟାଲେଞ୍ଜ କରି ଲୋକଙ୍କ ଭିଡ ଭିତରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।

ତେବେ ମହିଳା ଜଣଙ୍କ ସିଂହଦ୍ବାର ମଧ୍ୟଦେଇ ଗୁମୁଟ ମଧ୍ୟକୁ ପ୍ରବେଶ କରିଥିବା ବେଳେ ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସ ଉକ୍ତ ମହିଳାଙ୍କୁ ଭିଡିଭିଡି ମନ୍ଦିର ଭିତରୁ ବାହାରକୁ ଆଣିଥିବା ଦେଖିବାକୁ ମିଳିଛି । ଉକ୍ତ ମହିଳାଙ୍କୁ ଭିଡିଭିଡି ନେଉଥିବା ବେଳେ ମହିଳା ଜଣଙ୍କ ପୋଲିସକୁ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ପରବର୍ତ୍ତୀ ସମୟରେ ମହିଳାଜଣଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା । ସେଠାରେ ଉପସ୍ଥିତ ପୋଲିସ ତଦନ୍ତ କରିବା ପରେ ମହିଳାଙ୍କୁ ବ୍ୟାରିକେଡ୍ ବାହାରକୁ ଛାଡି ଦିଆଯାଇଥିବା ଦେଖିବାକୁ ମିଳିଛି ।












Click it and Unblock the Notifications