ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ । ଆଜି ମନ୍ଦିର ଭିତରେ ଜଣେ ଅଣହିନ୍ଦୁ ପ୍ରବେଶ କରିଥିବା ଚିହ୍ନଟ କରିଥିଲେ ପୁଲିସ ଓ ମନ୍ଦିର କର୍ମଚାରୀ । ଏନେଇ ମନ୍ଦିର ସୁପରଭାଇଜରଙ୍କୁ ଅବଗତ କରାଯାଇଥିଲା । ସୂଚନା ଅନୁସାରେ ଜଣେ ଜାପାନୀ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପର୍ଯ୍ୟଟକଙ୍କୁ ଦେଖି ସନ୍ଦେହ କରିଥିଲେ ସେବାୟତ । ପରେ ସେବାୟତ ତାଙ୍କୁ ପଚରାଉଚରା କରିଥିଲେ । ପଚରାଉଚରା ପରେ ସେ ଅଣହିନ୍ଦୁ ଜଣା ପଡ଼ିଥିଲେ । ପରେ ଉଭୟ ପର୍ଯ୍ୟଟକ ଓ ତାଙ୍କୁ ଭିତରକୁ ନେଇଥିବା ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି ।