ଆଜିଠୁ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଯାଇଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ।

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଯାଇଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ। ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଏବଂ ୨୬ରେ ଭୋଟ ଗଣତି ହେବ। ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ସମୟସୀମା ରହିଛି। ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି। ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ।

Odisha Municipal Election

ଖବର ଅନୁଯାୟୀ, ୧୦୬ଟି ସହରୀ ସ୍ଥାନୀୟ ସଂସ୍ଥାରେ ପୌରସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବ। ୧୦୬ଟି ସହରାଞ୍ଚଳ ଲୋକାଲ ବଡିର ୧,୭୩୧ ୱାର୍ଡରେ ୩,୦୩୦ ବୁଥ ରହିବ ଯେଉଁଠାରେ ୨୭ ଲକ୍ଷରୁ ଅଧିକ ଲୋକ ଭୋଟ ଦେବେ। ସେହିଭଳି, ତିନୋଟି ମ୍ୟୁନିସିପାଲିଟି କର୍ପୋରେସନରେ ୧୬୮ ୱାର୍ଡ ଅଛି ଯେଉଁଥିରେ ୧,୪୦୭ ବୁଥ୍ ରହିବ ଯେଉଁଠାରେ ୧୭,୦୦ ଲୋକ ଭୋଟ ଦେବେ।

ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ। ପ୍ରତି ବୁଥରେ ୨ଟି ଇଭିଏମ୍ ରହିବ। ଗୋଟିଏ ଇଭିଏମରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ। ସେହିପରି ଦ୍ୱିତୀୟ ଇଭିଏମ କାଉନସିଲର କିମ୍ବା କର୍ପୋରେଟରଙ୍କୁ ଭୋଟ ଦେଇହେବ। ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ। ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ ହେବ।

ଏଥିରେ ଯୋଗ କରି ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତା ଓ ସମ୍ପତ୍ତିର ତାଲିକା ଅନ୍ତର୍ଭୁକ୍ତ କରି ଏଥର ଦୁଇଟି ଆଫିଡେଭିଟ୍ ଦାଖଲ କରିବା ଆବଶ୍ୟକ ଥିବାବେଳେ ଅନ୍ୟ ଆଫିଡେଭିଟରେ ପରିବାର ବିଷୟରେ ସୂଚନା ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+