ଆଜିଠୁ ନୂଆପଡ଼ା ଉପନିର୍ବାଚନ ନାମାଙ୍କନ; ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
ନୂଆପଡା ଉପନିର୍ବାଚନ ପାଇଁ ଚାଲିଛି ଅଙ୍କକଷା । କଂଗ୍ରେସ ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ଆଜିଠୁ ନୂଆପଡା ଉପନିର୍ବାଚନ ନାମାଙ୍କନ । ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିବ। ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ପରେ ଆରମ୍ଭ ହୋଇଯିବ ନାମାଙ୍କନ ଦାଖଲ ପ୍ରକ୍ରିୟା। ନାମାଙ୍କନ ଦାଖଲର ଶେଷ ଦିନ ହେଉଛି ଆସନ୍ତା ୨୦ ତାରିଖ । ୨୧ ତାରିଖରେ ନାମାଙ୍କନ ଯାଞ୍ଚ ହେବ । ୨୩ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ତା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।
ନଭେମ୍ବର ୧୧ରେ ହେବ ଭୋଟ । ୧୪ ତାରିଖରେ ଆସିବ ଫଳାଫଳ। ସେପଟେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଲାଗି ପଡ଼ିଛନ୍ତି ନିର୍ବାଚନ ପ୍ରସ୍ତୁତିରେ। ଦିନେ ଦୁଇ ଦିନ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପିଏସିର ପୁଣି ଏକ ବୈଠକ ବସିବ । ସେହି ବୈଠକରେ ସ୍ଥିର ହେବ କାହାକୁ କରାଯିବ ପ୍ରାର୍ଥୀ। ବିଜେପି ମଧ୍ୟ ଏଯାଏ ପ୍ରାର୍ଥୀ ଘୋଷଣା କରିପାରିନି । ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ଦଳରେ ସାମିଲ କରିଛି ବିଜେପି । ଦଳ କହୁଛି ଦିଲ୍ଲୀରୁ ଗ୍ରୀନ ଆସିବା ପରେ ହିଁ ପ୍ରାର୍ଥୀ ଘୋଷଣା ହେବ। କଂଗ୍ରେସ କିନ୍ତୁ ଆଗରୁ ଘାସିରାମ ମାଝୀଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି । ସେ ବିଜେପି ପ୍ରାର୍ଥୀ ହେବା ଯଥେଷ୍ଟ ସମ୍ଭାବନା । ଜୟ ବିଜେପିରେ ଯୋଗଦାନ ପରେ ନୂଆପଡା ରାଜନୀତିର ସମୀକରଣ ବଦଳିଛି। ଏବେ ବିଜେଡିର ପ୍ଲାନ- ବି ମୋଡରେ ଯୋଦ୍ଧା ଖୋଜା ଚାଲିଛି ।
ବିଜେଡିର ଅନେକ ଆଶାୟୀ ପ୍ରାର୍ଥୀ ଭୁବନେଶ୍ୱରରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି। ଆଜି ବିଜେଡି ପ୍ରାର୍ଥୀ ସନ୍ଧାନ ପାଇଁ ବିଜେଡ଼ିର ଏକ ବଡଟିମ୍ ନୂଆପଡାରେ ପହଂଚିଛନ୍ତି । ଅନ୍ୟପଟେ ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ପରିସରରେ ବାରିକେଟ୍ କରାଯାଇଛି । ଏହାସହ ପୋଲିସ ପ୍ରଶାସନ ପକ୍ଷରୁ ସନ୍ଧ୍ୟାରେ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରୁ ଭେରା ଛକ ପର୍ଯ୍ୟନ୍ତ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଖୋଦ୍ ଏସ୍ପି ଅମ୍ରିତ ପାଲ୍ ସିଂ ଫ୍ଲାଗ୍ ମାର୍ଚ୍ଚରେ ସାମିଲ ହୋଇ ୧୦ ପ୍ଲାଟୁନ ଫୋର୍ସ ଧରି ଚାଲି ଚାଲି ସହର ପରିକ୍ରମା କରିଛନ୍ତି । ଅବାଧ ନିରପେକ୍ଷ ସହ ଶାନ୍ତି ଶୃଙ୍ଖଳାରେ କିଭଳି ନିର୍ବାଚନ ସମ୍ପାଦନ କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା ଏସ୍ପି କହିଛନ୍ତି । ଏହାସହ ସହଯୋଗ ପାଇଁ ଜନ ସାଧାରଣଙ୍କୁ ଏସ୍ପି ନିବେଦନ କରିଛନ୍ତି ।












Click it and Unblock the Notifications