ଫିକା ପଡିବ ନୂଆ ବର୍ଷ, ଟ୍ବିନ ସିଟିରେ ଜିରୋ ନାଇଟ ସେଲିବ୍ରେସନକୁ ନା
ବିଏମସି ଓ ସିଏମସି ପକ୍ଷରୁ ଉଭୟ କଟକ ଓ ଭୁବନେଶ୍ବରରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରାଯାଇଛି । କରୋନାର ବିପତ୍ତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଇଛି ।
ଭୁବନେଶ୍ବର: ଏଥର ପିକା ପଡିବ ନୂଆ ବର୍ଷ । ହେବନି ଜିରୋ-ନାଇଟ କାଉଣ୍ଟ ଡାଉନ । କାରଣ ଟ୍ବିନ ସିଟିରେ ଜିରୋ-ନାଇଟ ସେଲିବ୍ରେନକୁ ବାରଣ କରିଛନ୍ତି ରାଜ୍ୟ ସରକାର । ବିଏମସି ଓ ସିଏମସି ପକ୍ଷରୁ ଉଭୟ କଟକ ଓ ଭୁବନେଶ୍ବରରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରାଯାଇଛି । କରୋନାର ବିପତ୍ତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଇଛି ।

ହୋଟେଲ, କ୍ଲବ ଓ କଲ୍ୟାଣ ମଣ୍ଡପରେ ଜିରୋ ନାଟଇ ସେଲିବ୍ରେସନ ହୋଇପାରିବ ନାହିଁ । ଜନସମାଗମ ଉପରେ ବିଏମସି ପକ୍ଷରୁ ରୋକ ଲଗାଯାଇଛି । ସେହିପରି ହୋଟେଲ,କ୍ଲବ ନଯାଇ ଘରେ ରହି ନୂଆ ବର୍ଷ ପାଳନ କରିବାକୁ ସିଏମସି ପରାମର୍ଶ ଦେଇଛନ୍ତି । ଡିସେମ୍ବର ୩୧ ଜିରୋନାଇଟ ଓ ଜାନୁଆର ୧ ନୂଆବର୍ଷରେ ଟୁଇନସିଟିରେ ପୁଲିସ ପହରା ମାରିବ । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯିବା ସହ ନାକାବନ୍ଦୀ କରାଯିବ । ଭିଡକୁ ନିୟନ୍ତ୍ରଣ ପାଇଁ ସୁରକ୍ଷା କଡାକଡା କରାଯିବ ବୋଲି ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ।












Click it and Unblock the Notifications