ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ପାହ୍ୟା:କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଆଗାମୀ ଦିନରେ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳିବ ନାହିଁ । ଯେଉଁଥି ପାଇଁ ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି । ଆନ୍ଧ୍ର ବିଭାଜନ ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ୱତନ୍ତ୍ର ପାହ୍ୟା ମିଳିଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

ଭୁବନେଶ୍ୱର: ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ପାହ୍ୟା । ଆଜି ଏକ ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି
ଆଗାମୀ ଦିନରେ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳିବ ନାହିଁ । ଯେଉଁଥି ପାଇଁ ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି । ଆନ୍ଧ୍ର ବିଭାଜନ ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ୱତନ୍ତ୍ର ପାହ୍ୟା ମିଳିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ଗତକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମନରେଗା ଅର୍ଥ କମାଯାଇଥିବା ଅଭିଯୋଗକୁ ନେଇ ସେ ସ୍ପଷ୍ଟ ବାର୍ତ୍ତା ରଖି ସେ କହିଛନ୍ତି ମନରେଗା ହେଉଛି ଚାହିଦା ଭିତ୍ତିକ ଯୋଜନା, ଯଦି ଲୋକଙ୍କର ଚାହିଦା ବଢେ ତେବେ ନିଶ୍ଚୟ ବ୍ୟୟବରାଦ ବଢିବ । ମୋଦୀ ସରକାର ଆସିବା ପରଠାରୁ ମନରେଗା ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ବିନିଯୋଗ ହେଉଛି । ହେଲେ ୟୁପିଏ ସରକାର ଥିବା ସମୟରେ ଏପରି ହେଉ ନଥିଲା । କିଛି ରାଜ୍ୟକୁ ଆର୍ଥିକ ବର୍ଷ ଆରମ୍ଭରୁ ପାଣ୍ଠି ଦିଆଯାଉଥିଲେ ମଧ୍ୟ ତାହା ଖର୍ଚ୍ଚ ହୋଇ ପାରୁ ନାହିଁ ।
ପିଏସ ବିଶ୍ୱକର୍ମା ଯୋଜନାରେ ସବୁଠୁ ଅଧିକ ଲାଭବାନ ହେବେ ଓଡ଼ିଶା କାରିଗର ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଓଡ଼ିଶାର ପଟ୍ଟଚିତ୍ର କାରିଗର, ପଥର ଶିଳ୍ପୀ ଏହି ଯୋଜନା ଅଧିକ ଲାଭ ପାଇପାରିବେ ।
ସେହିପରି ଆଦାନୀ ପ୍ରସଙ୍ଗକୁ ନେଇ ସେ କହିଛନ୍ତି ଯେ, ବର୍ତ୍ତମାନ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି । ଷ୍ଟେଟ୍ ବ୍ୟାଙ୍କ ଏବଂ ସେବି ଯାହା ନିଷ୍ପତ୍ତି ନେବା କଥା ତାହା ନେଇ ସାରିଛନ୍ତି । ଏହି ଘଟଣାକୁ ନେଇ ଅଧିକ କିଛି କହିବା ଉଚିତ୍ ନୁହେଁ ।
ସେହିପରି ପେଟ୍ରୋଲିୟମ୍ ଉତ୍ପାଦକୁ GSTରେ ସାମିଲ କରିବା ପାଇଁ ପ୍ରସ୍ତାବ ରହିଛି ହେଲେ ତାହା କେଉଁ ହାରରେ GST ଲଗାଯିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇ ପାରୁନାହିଁ । ଏହାର ନିଷ୍ପତ୍ତି GST କାଉନସିଲର ନେବା ଉଚିତ୍ ଯେଉଁଥିରେ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।












Click it and Unblock the Notifications