ଓଡିଶାରେ ତୃତୀୟ ଲହର ପରିସ୍ଥିତି ନାହିଁ : ଡିଏମ୍ଇଟି
ସମ୍ପ୍ରତି ଓଡିଶାରେ କରୋନା ୩ୟ ଲହର ପ୍ରବାହ ଭଳି ସ୍ଥିତି ନାହିଁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଦୁଇ ଦିନରେ ରାଜ୍ୟରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଡିଏମଇଟି ଏହା କହିଛନ୍ତି।
ଭୁବନେଶ୍ୱର: ସମ୍ପ୍ରତି ଓଡିଶାରେ କରୋନା ୩ୟ ଲହର ପ୍ରବାହ ଭଳି ସ୍ଥିତି ନାହିଁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଦୁଇ ଦିନରେ ରାଜ୍ୟରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଡିଏମଇଟି ଏହା କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଦେଶରେ ମାତ୍ର ୧୨ ପ୍ରତିଶତ ଶିଶୁ କୋରୋନା ଆକ୍ରାନ୍ତ ହେଉଛନ୍ତି । ଏପରିକି ଆକ୍ରାନ୍ତ ହେଲେ ମଧ୍ୟ ଶିଶୁଙ୍କଠାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉ ନାହିଁ । ୧୮ ବର୍ଷରୁ କମ୍ ପିଲାଙ୍କୁ ଏ ପର୍ଯ୍ୟନ୍ତ ଟିକା ଦିଆଯାଇ ନ ଥିବାରୁ ସେମାନଙ୍କ ମଧ୍ୟରେ ସଂକ୍ରମଣ ସମ୍ଭାବନା ଅଧିକ ରହୁଥିବା ଡିଏମଇଟି କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୪ ଜଣ ଶିଶୁ ଓ କିଶୋର କୋଭିଡ ପଜିଟିଭ ହୋଇଛନ୍ତି । ଦିନକ ଆଗରୁ ୧୩୮ ଜଣ ଶିଶୁ ଓ କିଶୋର କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦୁଇଦିନ ହେଲା ୧୮ ବର୍ଷରୁ କମ ବଯସ୍କଙ୍କ ମଧ୍ୟରେ ସଂକ୍ରମଣ ସଂପର୍କିତ ତଥ୍ୟ ପ୍ରଦାନ କରାଯାଉଛି।












Click it and Unblock the Notifications