ଦୋଳିରେ ବୁହାହେଲେ ଗୁରୁତର; ଆସପାରିଲନି ଆମ୍ବୁଲାନ୍ସ
ଭଦ୍ରକ: ଗାଁକୁ ଆମ୍ବୁଲାନ୍ସ ଆସିପାରିଲାନି। ଦୋଳିରେ ବୁହାହେଲେ ରୋଗୀ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚଡ଼ଦିଆ ପଂଚାୟତର ହରିଶପୁର ଗାଁରେ ଏହା ଦେଖିବାକୁ ମିଳିଛି। କାଦୁଅ କଚା ରାସ୍ତାର ଅବସ୍ଥା ଏମିତି ବିଗିଡ଼ି ଯାଇଛି ଯେ ରୋଗୀ ପାଇଁ ଏକ ମାତ୍ର ବିକଳ୍ପ ଖଟିଆ କିମ୍ବା ଦୋଳିବୁହା ।

ଆଜି ସକାଳ ସମୟରେ କୃଷ୍ଣ ପ୍ରଧାନ (୪୫)ଙ୍କୁ ୨ ଦିନ ହେବ ଝାଡ଼ା ବାନ୍ତି ହେବାରୁ ତାଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ତାଙ୍କର ପରିବାର ଲୋକେ ୨ କିମି କାଦୁଅ ରାସ୍ତା ଦେଇ ଗାଁ ମଧ୍ୟରେ ମୁଖ୍ୟ ରାସ୍ତାକୁ ଆସି ପ୍ରଥମେ ଚଡ଼ଦିଆ ପରେ ଚାନ୍ଦବାଲି ଚିକତ୍ସାଳରେ ଭର୍ତ୍ତି ହୋଇଥିଲେ ।
ଗାଁ ମଧ୍ୟକୁ ନିତିଦିନିଆ ରାସ୍ତାଟି ଏବେ ବର୍ଷା ହେବା ପରେ ରାସ୍ତାରେ କାଦୁଅ ଆଣ୍ଡୁଏ। ପ୍ରତିଦିନ ଗ୍ରାମବାସୀ ଏହି କାଦୁଅ ପୁର୍ଣ୍ଣ ରାସ୍ତାରେ ଯାତୟତ କରୁଛନ୍ତି। ଯେତେବେଳ ରୋଗୀଙ୍କ କଥା ନଜରକୁ ଆସେ ତେବେ ଖଟିଆ ଓ ଦୋଳିରେ ଏକମାତ୍ର ବିକଳ୍ପ ଭାବେ ଧରାଯାଏ












Click it and Unblock the Notifications