ଆଜି ବି ତାତିରୁ ନିସ୍ତାର ନାହିଁ, ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି

ଆଜି ବି ଜଳାଇବ ତାତି । ଭୀଷଣ ଖରା ଓ ତାତି ପ୍ରଭାବରେ ଅଧା ଓଡ଼ିଶା ଟକଟକ ହୋଇ ତାତିବ । ସବୁଠୁ ଭୟଙ୍କର ତାତିରେ କଲବଲ ହେବେ ପଶ୍ଚିମ ଓଡ଼ିଶାବାସୀ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବହିବ। ଉପକୂଳ ଓଡ଼ିଶାରେ ବି ତ୍ରାହି ମିଳିବନି । ଭୀଷଣ ଗରମ ଓ ଗୁଳଗୁଳିରେ ଆଉଟପାଉଟୁ ହେବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

hot weather

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ରବିବାର ଦିନ ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳରେ ଗ୍ରୀଷ୍ମପ୍ରବାହ ବହିପାରେ। ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର ଓ ଟିଟିଲାଗଡ଼ରେ ତାତି ୪୩ ଡିଗ୍ରୀ ସେଲସିୟସ୍ ଛୁଇଁପାରେ। ଅନୁଗୁଳ, ବୌଦ୍ଧ, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ରହିପାରେ। ଢେଙ୍କାନାଳରେ ୪୧ ଡିଗ୍ରୀ ଓ ବରଗଡ଼, ମାଲକାନଗିରି ଓ ବାରିପଦାରେ ତାତି ୪୦ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ଆସନ୍ତାକାଲିଠାରୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ।

ରାଉରକେଲାରେ ୩୯ ଦଶମିକ ୫, ଭୁବନେଶ୍ବରରେ ୩୮ ଦଶମିକ ୬ ଡିଗ୍ରୀ, କେନ୍ଦୁଝର ଓ ଚାନ୍ଦବାଲିରେ ୩୮ ଡିଗ୍ରୀ ଏବଂ ବାଲେଶ୍ବରରେ ୩୭ ଦଶମିକ ୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ତେବେ ଦୁଇ ଦିନ ପରେ ପାଗ ବଦଳିବ । ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ଏବଂ ଏପ୍ରିଲ ୨ରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ସେପଟେ ଖରା ପାଇଁ ଆସିଲା ଗାଇଡ୍‌ ଲାଇନ୍‌ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କରିଛି ପରିବହନ ବିଭାଗ । ଏନେଇ ଆରଟିଓ ଏବଂ ଏଆରଟିଓଙ୍କ ସହ ବୈଠକ କରି ଯାତ୍ରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ଆଲୋଚନା ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+