'ଏ ବର୍ଷ ରାଜ୍ୟରେ ହେବନି ପାୱାର କଟ୍‌'

ଭୁବନେଶ୍ବର: ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ଯୋଗୁଁ ତାପାମାତ୍ରାରେ ବୃଦ୍ଧି ପାଉଛି। ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିବାରେ ଲାଗିଛି । ଆଜି ୩ ସହର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି ।

ତେବେ ଏମିତି ଗୁଳୁଗୁଳି ହେଉଛି, ଘରୁ ବାହାରିବାକୁ ଭୟ ଲାଗୁଛି । ସେପଟେ ତାତିରୁ ରକ୍ଷା ପାଇବା ପାଇଁ ପାୱାର୍‌ କଟ୍‌ ଚିନ୍ତା ଘାରିଛି । ମାତ୍ର ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଏସଆରସି ପକ୍ଷରୁ ଗାଇଡଲାଇନ ଜାରି କରା ଯାଇଥିବା ବେଳେ ଏ ବର୍ଷ ପାୱାର କଟ୍‌ ହେବନି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ।

Power Cuts in Odisha

ସେ କହିଛନ୍ତି ଯେ 'ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ । ଏହା ଗଣମାଧ୍ୟମର କାଳ୍ପନିକ ଖବର । ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି । ନଈ ନ ଦେଖୁଣୁ ଖାଲି ଲଙ୍ଗଳା ହେଉଛନ୍ତି । ଯଦି ବିଜୁଳି କଟୁଛି ତାର ଅର୍ଥ ନୁହଁ କି ପାୱାର୍‌ କଟ୍ ‌ହେଉଛି । ଅନେକ କାରଣରୁ ନେଇ ବିଜୁଳି କଟା ହୋଇଥାଏ । ପ୍ରତିଶ୍ରୁତି ଦେଉଛି ଯେ ଏବର୍ଷ ପ‌ାୱାର୍‌ କଟ୍‌ ହେବନି । ହୁଏତ ଆପଣଙ୍କ ଅଞ୍ଚଳର ଟ୍ରାନ୍ସଫର୍ମର ପୋଡି ଯାଇଥିବ, ‌ଯେଉଁ କାରଣରୁ ବିଜୁଳି ନଥାଇ ପାରେ। କୋଉଠି କେଉଁ ପ୍ରକାରର ଯାନ୍ତ୍ରିକ ତ୍ରୁଟି ଥାଇ ପାରେ କାଳବୈଶାଖୀ ପାଇଁ । ଆମ ପାଖରେ ପର୍ଯ୍ୟାପ୍ତ ବିଦ୍ୟୁତ୍‌ ଅଛି । ଲୋକଙ୍କ ଦାବି ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି ।'

ଅନ୍ୟପକ୍ଷେ, ଭୀଷଣ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଏସଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ। ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଆହୁରି ଖରା ବଢିବାକୁ ଥିବାରୁ ଲୋକଙ୍କୁ ଏନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଛି ।

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଯେଉଁ ଗାଁ ବା ୱାର୍ଡରେ ଜଳ ସଙ୍କଟ ରହିଛି ସେଗୁଡ଼ିକୁ ଚିହ୍ନଟ କରାଯିବ। ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଖରାପ ନଳକୂପର ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନାଲରେ ପାଣି ଛାଡିବା, ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ। ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯିବ।

ଓଆରଏସ୍ ରଖିବା, ପଡ଼ିଆରେ ଖେଳକୁଦ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସଚେତନ କରାଯିବ। ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍ ଏବଂ ଓଆରଏସ୍ ରଖାଯିବ। ସମସ୍ତ ଯାତ୍ରୀବାହୀ ବସରେ ପାଣି, ଓଆରଏସ୍ ରଖିବା ପାଇଁ କୁହାଯାଇଛି । ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେନି । ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଏସଆରସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

ସେହିପରି ଯେଉଁଠି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିବ ସେଠାରେତହସିଲଦାର/ଅତରିକ୍ତ ତହସିଲଦାର କିମ୍ବା ରାଜସ୍ୱ ଅଧିକାରୀଙ୍କ ସହ ସିଡିଏମ୍‌ଓ/ଏସ୍‌ଡିଏମ୍‌ଓ ଏହାର ତଦନ୍ତ କରି ରିପୋର୍ଟ ଦେବେ। ୨ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ଅଂଶୁଘାତ ଜନିତ ମୃତ୍ୟୁ ପ୍ରମାଣିତ ହେଲେ ତୁରନ୍ତ କ୍ଷତିପୂରଣ ଦିଆଯିବ । ଶ୍ରମିକ ମାନେ ଖରା ସମୟରେ କାମ ନକରିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ ଯାଉଥିଲେ ପାଣି ବୋତଲ ନେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

ନିହାତି କାମ ନଥିଲେ ଖରାରେ ଘରୁ ବାହାରନ୍ତୁ ନାହିଁ । ଅତି ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରେ ବୁଲାବୁଲି ନକରିବା ଭଲ । ବାହାରକୁ ଗଲେ ଛତା, ଜୋତା ସହ ପାଣି ବୋତଲ ସାଙ୍ଗରେ ନେଇ ଯାଆନ୍ତୁ । ଖରାରୁ ରକ୍ଷା ପାଇବା ପାଇଁ ବ୍ୟବହାର କରନ୍ତୁ ଧଳା ରଙ୍ଗର ସୂତା କପଡ଼ା । ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ । ଲେମ୍ବୁପାଣି, ତୋରାଣି, ଘୋଳ ଦହି, ଆଖୁ ରସ, ପଇଡ଼ ପାଣି ଓ ଲସି ଆଦି ପିଅନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+