ରାଜ୍ୟରେ ନାହିଁ କୌଣସି ବାତ୍ୟା ଆଶଙ୍କା
ରାଜ୍ୟରେ ବାତ୍ୟାର କୌଣସି ଆକଳନ ନାହିଁ । ବାତ୍ୟା ନେଇ କୌଣସି ସତର୍କ ସୂଚନା ଜାରି କରିନାହିଁ ଭାରତୀୟ ପାଣିପାଗ ବିଭାଗ । ଏନେଇ ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ବାତ୍ୟାର କୌଣସି ଆକଳନ ନାହିଁ । ବାତ୍ୟା ନେଇ କୌଣସି ସତର୍କ ସୂଚନା ଜାରି କରିନାହିଁ ଭାରତୀୟ ପାଣିପାଗ ବିଭାଗ । ଏନେଇ ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

କହିରଖୁ କି, ୧୭ ତାରିଖରେ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଆମେରିକାର ପାଣିପାଗ ସଂସ୍ଥା ଜିଏଫଏସ । ଏହାସହ ୨୧ରେ ଏହି ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ ବୋଲି ଏଥିରେ କୁହାଯାଇଛି । ଏହା ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ସମୁଦ୍ର ଉପରେ ଏହା ପ୍ରାୟ ତିନି ଦିନ ରହିବ । ଲଘୁଚାପ ଅଧିକ ବଳ ଗୋଟାଇ ବେଶ୍ ଶକ୍ତିଶାଳୀ ହେବ।
ତେବେ ବାତ୍ୟା ଆଶଙ୍କାକୁ ଖଣ୍ଡନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ର କହିଛି, ସେମାବର ଅର୍ଥାତ୍ ୧୦ ଅକ୍ଟୋବର ବର୍ଷାର ପରିମାଣ କମ୍ ରହିବ । ହାଲୁକାରୁ ମଧ୍ୟମ ଧରରଣ ବର୍ଷା ଜାରି ରହିବ ବୋଲି ଆକଳନ କରାଯାଇଛି । ୧୭ ତାରିଖରେ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ରାଜ୍ୟରୁ ଏପର୍ଯ୍ୟନ୍ତ ମୌସୁମୀ ଅପସାରଣ କରିନାହିଁ । ବର୍ଷା ଲାଗି ରହୁଥିବାରୁ ମୌସୁମୀ କେବେ ଫେରିବ, ସେ ନେଇ ଆକଳନ ହୋଇପାରି ନାହିଁ ।












Click it and Unblock the Notifications