ଶିକ୍ଷାନୁଷ୍ଠାନକୁ ପ୍ଲାଷ୍ଟିକ୍ ମନା; ଜାରି ହେଲା ନିର୍ଦ୍ଦେଶାବଳୀ
ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟାନ୍ୟ ଧାତୁରେ ତିଆରି ବୋତଲର ବ୍ୟବହାର କରାଯିବ । ପ୍ଲାଷ୍ଟିକ୍ ବ୍ୟାଗ୍ ମଧ୍ୟ ବାରଣ କରାଯିବ । ଏହାଛଡ଼ା ଛାତ୍ରଛାତ୍ରୀମାନେ ଯେପରି ନିଜ ଘରେ ମଧ୍ୟ ପ୍ଲାଷ୍ଟିକ୍ ବ୍ୟବହାର ନ କରିବେ ସେଥିଲାଗି ସଚେତନ କରାଯିବ ।

ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଉନ୍ନତ ଭାରତ ଅଭିଯାନରେ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୋଟିଏ ଲେଖାଏଁ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ । ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ନେଇ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।












Click it and Unblock the Notifications