ଏଥର ସ୍ୱାଧୀନତା ଦିବସରେ ହେବନି ପରେଡ, କୋଭିଡ କଟକଣା ପାଇଁ ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
ଏଥର ସ୍ୱାଧୀନତା ଦିବସରେ ହେବନି ପରେଡ । କୋଭିଡ କଟକଣାରେ ପାଳନ ହେବ ସ୍ୱାଧୀନତା ଦିବସ । ପ୍ରଦର୍ଶନୀ ପଡିଆରେ ହେବ ପତାକା ଉତ୍ତୋଳନ ।
ଭୁବନେଶ୍ୱର: ଏଥର ସ୍ୱାଧୀନତା ଦିବସରେ ହେବନି ପରେଡ । କୋଭିଡ କଟକଣାରେ ପାଳନ ହେବ ସ୍ୱାଧୀନତା ଦିବସ । ପ୍ରଦର୍ଶନୀ ପଡିଆରେ ହେବ ପତାକା ଉତ୍ତୋଳନ । ସେହିଭଳି ହେବନି ଜନସମାଗମ । ବିଶେଷ କରି ଭାଗ ନେବେନାହିଁ ସ୍କୁଲ ଛାତ୍ରଛାତ୍ରୀ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

କେବଳ ୩ଟି କଣ୍ଟିଜେଣ୍ଟ ଏହି ପରେଡରେ ସାମିଲ ହେବେ । ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ । ଏଥିପାଇଁ ୩ଦିନ ହେବ ପ୍ରାକ୍ଟିସ୍ । ପ୍ରଦର୍ଶନୀ ପଡ଼ିଆରେ ୧୧, ୧୨ ଓ ୧୩ ତାରିଖରେ ଅଭ୍ୟାସ କରିବେ କଣ୍ଟିଜେଣ୍ଟ । ରିହସଲ ଦିନ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ ପହଞ୍ଚିବେ କଣ୍ଟିଜେଣ୍ଟ । ଯେଉଁ କଣ୍ଟିଜେଣ୍ଟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ।
ସାମାଜିକ ଦୂରତା ବଜାୟ ରଖିବେ । ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ ନେଗେଟିଭ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ନିର୍ଦ୍ଦେଶ ହୋଇଛିଜନ ସମାଗମକୁ ବି ନା । ତିନି ଦିନ କରାଯିବ ପ୍ରାକ୍ଟିସ୍ । ପ୍ରସ୍ତୁତ ରହିବାକୁ ଗୃହ ବିଭାଗର ନିର୍ଦ୍ଦେଶ । ପ୍ରଦର୍ଶନୀ ପଡ଼ିଆରେ ହେବ ପତାକା ଉତ୍ତୋଳନ ।












Click it and Unblock the Notifications