ପିଅନଠୁ ନେଇ IAS ପର୍ଯ୍ୟନ୍ତ କାହାରିକୁ ତ୍ରାହି ନାହିଁ : ମୁଖ୍ୟମନ୍ତ୍ରୀ

'ଲୋକଙ୍କୁ ସୁଶାସନ ଦେବା ଆମର କାମ । ଏଥିପାଇଁ ପ୍ରଥମେ ଦୁର୍ନୀତି ହଟାଇବାକୁ ପଡ଼ିଥାଏ। ଆମ ସରକାରରେ ଦୁର୍ନୀତି କଲେ ପିଅନ ଠୁ ନେଇ IAS ପର୍ଯ୍ୟନ୍ତ କାହାରିକୁ ତ୍ରାହି ନାହିଁ। ' -ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Chief Minister

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ୨୦୨୪ ଜୁନ୍ ୯ ତାରିଖ ହେଉଛି ସ୍ୱାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ଏହିଦିନ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ଭାବେ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଗତକାଲି ମୋଦୀଙ୍କ ନେତୃତ୍ୱାଧୀନ ସରକାର ସଫଳତାର ସହ ୧୧ ବର୍ଷ ପୂରା କରିଛି । ଆଉ ତା ସହିତ ୩ୟ ପାଳିର ପ୍ରଥମ ବର୍ଷ ମଧ୍ୟ ପୂରଣ ହୋଇଛି । ମେ ୨୬ ତାରିଖ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଉ ଏବେ ଏହାକୁ ୧୧ ବର୍ଷ ପୂରଣ ହୋଇଛି । ଲୋକଙ୍କ ଆଶା ଭରସାକୁ ଅତୁଟ ରଖିବାରେ ମୋଦୀ ସରକାର ସମର୍ଥ ହୋଇଛି । ଏହି ୧୧ ବର୍ଷର ସଫଳତାର ତାଲିକା ବହୁତ ଲମ୍ବା ଏବଂ ଯୁଗାନ୍ତକାରୀ । ସଂକ୍ଷେପରେ କହିବାକୁ ଦେଶରେ ମୋଦୀ ସରକାର ଆସିବା ପରେ ଆମ ଦେଶର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଅବସ୍ଥାରେ ଅଦ୍ଭୁତ ପୂର୍ବ ଭାବେ ପରିବର୍ତ୍ତନ ଆସିଥିଲା । ଦେଶରେ ଏକ ସ୍ଥିର ଶାସନ ଆସିଥିଲା । ନିଜ ନେତୃତ୍ୱକାଳ ଭିତରେ ମୋଦୀ ସରକାର ଧାରା ୩୭୦ର ଉଚ୍ଛେଦ, ନାରୀଶକ୍ତି ବନ୍ଦନ ଅଧିନିୟମ, ତିନି ତଲାକର ଉଚ୍ଛେଦ, ଏକକ ଜିଏସଟିର ପ୍ରଚଳନ କରିଥିଲେ । ଏହାସହିତ ମୋଦୀ ସରକାର କୋଭିଡ୍ କବଳରୁ ମଧ୍ୟ ଲୋକଙ୍କୁ ଉଚିତ ସୁରକ୍ଷା ଦେବାରେ ସଫଳ ହେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
୨୦୨୪ ଜୁନ୍ ୯ ତାରିଖ ହେଉଛି ସ୍ୱାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ଏହିଦିନ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ଭାବେ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଗତକାଲି ମୋଦୀଙ୍କ ନେତୃତ୍ୱାଧୀନ ସରକାର ସଫଳତାର ସହ ୧୧ ବର୍ଷ ପୂରା କରିଛି । ଆଉ ତା ସହିତ ୩ୟ ପାଳିର ପ୍ରଥମ ବର୍ଷ ମଧ୍ୟ ପୂରଣ ହୋଇଛି । ମେ ୨୬ ତାରିଖ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଉ ଏବେ ଏହାକୁ ୧୧ ବର୍ଷ ପୂରଣ ହୋଇଛି ।

ତେବେ ଲୋକଙ୍କ ଆଶା ଭରସାକୁ ଅତୁଟ ରଖିବାରେ ମୋଦୀ ସରକାର ସମର୍ଥ ହୋଇଛି । ଏହି ୧୧ ବର୍ଷର ସଫଳତାର ତାଲିକା ବହୁତ ଲମ୍ବା ଏବଂ ଯୁଗାନ୍ତକାରୀ । ସଂକ୍ଷେପରେ କହିବାକୁ ଦେଶରେ ମୋଦୀ ସରକାର ଆସିବା ପରେ ଆମ ଦେଶର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଅବସ୍ଥାରେ ଅଦ୍ଭୁତ ପୂର୍ବ ଭାବେ ପରିବର୍ତ୍ତନ ଆସିଥିଲା । ଦେଶରେ ଏକ ସ୍ଥିର ଶାସନ ଆସିଥିଲା । ନିଜ ନେତୃତ୍ୱକାଳ ଭିତରେ ମୋଦୀ ସରକାର ଧାରା ୩୭୦ର ଉଚ୍ଛେଦ, ନାରୀଶକ୍ତି ବନ୍ଦନ ଅଧିନିୟମ, ତିନି ତଲାକର ଉଚ୍ଛେଦ, ଏକକ ଜିଏସଟିର ପ୍ରଚଳନ କରିଥିଲେ । ଏହାସହିତ ମୋଦୀ ସରକାର କୋଭିଡ୍ କବଳରୁ ମଧ୍ୟ ଲୋକଙ୍କୁ ଉଚିତ ସୁରକ୍ଷା ଦେବାରେ ସଫଳ ହେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅନ୍ୟପଟେ ବିଶ୍ୱବ୍ୟାଙ୍କର ରିପୋର୍ଟ କଥା କହି ମୋହନ ମାଝୀ କହିଥିଲେ, ୧୩ ବର୍ଷ ମଧ୍ୟରେ ଦେଶରେ ଦାରିଦ୍ର୍ୟଙ୍କ ସଂଖ୍ୟା ୨୭.୧ ପ୍ରତିଶତରୁ ୫.୩ ପ୍ରତିଶତରୁ ହ୍ରାସ ପାଇଛି। ଅର୍ଥାତ ୨୭ କୋଟି ଲୋକ ଦାରିଦ୍ର୍ୟତାରୁ ମୁକ୍ତି ପାଇଛନ୍ତି । ଏହାସହ ଆତଙ୍କବାଦର କଡା ଜବାବ ଦେବାକୁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+