ନେତାଙ୍କୁ ତାଗିଦ୍ କରିବାର ଅଧିକାର କାହାର ନାହିଁ ; ପ୍ରସନ୍ନ ପାଟ୍ଟଶାଣୀ
ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଷୋଦ୍ଗାର । ଟାର୍ଗେଟ୍ରେ ନବୀନ ଓ ପାଣ୍ଡିଆନ । ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି ବିଜେଡିର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ । ନବୀନ ମିଛ କହୁଛନ୍ତି । ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତି ।

ପାଣ୍ଡିଆନଙ୍କ କଥାରେ ମିଛ କହୁଛନ୍ତି ନବୀନ । ଦଳରେ କ'ଣ ଅଛି ଯେ ଦଳ ଗଢ଼ିବେ ? ବିଜେଡି ଦଳରେ ଏବେ ଷଡ଼ଯନ୍ତ୍ର ଚାଲିଛି । ମୋ ବିରୋଧରେ ବି ପାଣ୍ଡିଆନ ଷଡ଼ଯନ୍ତ୍ର କରିଥିଲେ । ନେତାଙ୍କୁ ତାଗିଦ୍ କରିବାର ଅଧିକାର କାହାର ନାହିଁ । ପାଣ୍ଡିଆନଙ୍କ ଯୋଗୁଁ ଦଳ ହାରିଛି, ବାରମ୍ବାର କହିବାକୁ ଚାହୁଁନି । ଏମିତି କହି ବିଷୋଦ୍ଗାର କରିଛନ୍ତି ପ୍ରସନ୍ନ ।
ବିଜେଡିରେ ଏବେ ପ୍ରବଳ କନ୍ଦଳ । ଜଣଙ୍କ ପରେ ଜଣେ ନେତା ଗଣମାଧ୍ୟମରେ ମୁହଁ ଖୋଲି ପାଣ୍ଡିଆନଙ୍କ ବିରୋଧରେ ବର୍ଷୁଛନ୍ତି । ହେଲେ ନବୀନ ବାବୁ ବାରମ୍ବାର ତାଙ୍କୁ କ୍ଲିନ୍ଚିଟ୍ ଦେଉଛନ୍ତି । ଯାହାକୁ ନାପସନ୍ଦ କରୁଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । କହିଛନ୍ତି, ଦଳ ବୁଡ଼ିଗଲାଣି ହେଲେ ବି ନବୀନ ବାବୁଙ୍କ ଚେତା ପଶୁନି । ତାଙ୍କ ସମର୍ଥନରେ କହିବାକୁ କେମିତି ଲାଜ ଲାଗୁନି ବୋଲି ସେ ପ୍ରଶ୍ନ ବି କରିଛନ୍ତି । ବରିଷ୍ଠ ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ସଂପୂର୍ଣ୍ଣ ସତ ।
ନବୀନ-ପାଣ୍ଡିଆନଙ୍କୁ ନେଇ ପାଟ୍ଟଶାଣୀ କହିଛନ୍ତି ମୁଁ ଯାହା ଦେଖିଛି ତାହା କଣ କହିହେବ । ମହୁ ଫେଣାରେ ମହୁ ଅଛି ବୋଲି କହି ତେରଛା ବାଣ ମାରିଛନ୍ତି ପ୍ରସନ୍ନ । ଏହାସହ କହିଛନ୍ତି, ଚେତାବନୀ କାମ ଦେବ ନାହିଁ । ଅଳ୍ପଦିନ ପରେ ସବୁ ଦେଖିବ । ମୁଁ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛି । ନଚେତ୍ ପଲିଟିକାଲ ଡେଥ୍ ହୋଇଯାଇଥାଆନ୍ତା ବୋଲି କହିଛନ୍ତି ପ୍ରସନ୍ନ ।












Click it and Unblock the Notifications