ଓଡ଼ିଶାରେ ଚିହ୍ନଟ ହୋଇ ନାହାନ୍ତି ଓମିକ୍ରନ ସଂକ୍ରମିତ
ଓଡ଼ିଶାରେ ଏଯାଏଁ ଚିହ୍ନଟ ହୋଇନାହାନ୍ତି ଓମିକ୍ରନ ପଜିଟିଭ । ନଭେମ୍ବର ୨୯ ପରଠାରୁ ଜିନୋମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ଯାଇଥିବା ୨୪୬ ନମୂନାରେ ଓମିକ୍ରନ ଭୂତାଣୁ ନାହିଁ । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି ।
ନୂଆଦିଲ୍ଲୀ: ଓଡ଼ିଶାରେ ଏଯାଏଁ ଚିହ୍ନଟ ହୋଇନାହାନ୍ତି ଓମିକ୍ରନ ପଜିଟିଭ । ନଭେମ୍ବର ୨୯ ପରଠାରୁ ଜିନୋମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ଯାଇଥିବା ୨୪୬ ନମୂନାରେ ଓମିକ୍ରନ ଭୂତାଣୁ ନାହିଁ । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ନଭେମ୍ବର ମାସରେ ପୂର୍ବରୁ ୧୪୧ ନମୁନା ଯାଇଥିବା ବେଳେ ସେଥିରେ କୌଣସି ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇନାହିଁ ।

ସେପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଆଟ୍ ରିସ୍କ କଣ୍ଟ୍ରିରୁ ଆସିଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ଜିଲ୍ଲାସ୍ତରରେ ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଜାରି ରହିଛି । ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ରମାରମଣ ମହାନ୍ତି ମଧ୍ୟ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଭୟ ନକରି ସତର୍କ ହୋଇ ଚଳିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ । ସେପଟେ ଓମିକ୍ରନକୁ ନେଇ ମତ ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଆକ୍ରାନ୍ତଙ୍କ ନିକଟରେ ସ୍ବଳ୍ପ ଲକ୍ଷଣ ଦେଖାଯାଉଛି । ହେଲେ ଏଯାଏଁ କାହାରି ମୃତ୍ୟୁ ହୋଇନି । ଓମିକ୍ରନ ବିରୋଧରେ ଟିକା କାମ କରୁଥିବା ସୂଚନା ରହିଛି ।
ଏବେ ସୁଦ୍ଧା ଏଏସପିରେ ୧୨୮୬ ଜଣ ପଞ୍ଜିକରଣ କରିଛନ୍ତି । ବିଦେଶ ଫେରନ୍ତାଙ୍କ ଭିତରୁ ଚାରି ଜଣ ପଜିଟିଭ ବାହାରିଛନ୍ତି ।












Click it and Unblock the Notifications