ବଢିବ ଯୁକ୍ତ ୨ ସିଟ୍, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷର ପ୍ଲସ୍ ୨ ସିଟ୍ ସଂଖ୍ୟା ବଢିବ । ପ୍ରେସମିଟ୍ କରି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତା ହାର ଅଧିକ ଥିବାରୁ ସିଟ୍ ସଂଖ୍ୟା ବଢାଯିବାର ନିଷ୍ପତ୍ତି ନିଆଯାଇଛି । ତେବେ ଆବଶ୍ୟକତାକୁ ଦେଖି ସିଟ୍ ବଢାଇବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

PLUS TWO

ସେହିପରି ୧୦୬ଟି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ଘୋଷଣା କରାଯାଇଛି । ୧୦୬ ଅପଗ୍ରେଡେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲରେ ୧୩ ହଜାର ସିଟ୍ ରହିବ ।

ସୂଚନାଥାଉ ଯେ, ଚଳିତ ବର୍ଷ ୫ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାସ୍ କରିଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷର ସିଟ୍ ସଂଖ୍ୟା ରହିଛି ୫ ଲକ୍ଷ ୯ ହଜାର । ସେହିପରି ଆସନ୍ତା ବର୍ଷ ପୁରୁଣା ଢାଞ୍ଚାରେ ହେବ ମାଟ୍ରିକ୍ ପରୀକ୍ଷା । ସମେଟିଭ୍ ପାଟର୍ଣ୍ଣରେ ହେବ ପରିବର୍ତ୍ତନ । କୋଭିଡ୍ ପୂର୍ବରୁ ଯେଉଁ ପରି ଭାବେ ପରୀକ୍ଷା ହେଉଥିଲା ସେହିପରି ଭାବେ ହେବା ନେଇ ସୂଚନା ରହିଛି । ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ମଧ୍ୟ ଆରମ୍ଭ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+