୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ପାଇଁ ଦରକାର ନାହିଁ ସ୍ଲଟ୍ ବୁକିଂ
୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଦରକାର ନାହିଁ ସ୍ଲଟ୍ ବୁକିଂ । ବିଏମସି ନେଇଛି ଏମିତି ପଦକ୍ଷପ । ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଆଜିଠୁ ଆଉ ସ୍ଲଟ ବୁକିଂ କରିବାକୁ ପଡ଼ିବ ନାହିଁ ।
ଭୁବନେଶ୍ୱର: ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଦରକାର ନାହିଁ ସ୍ଲଟ୍ ବୁକିଂ । ବିଏମସି ନେଇଛି ଏମିତି ପଦକ୍ଷପ । ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଆଜିଠୁ ଆଉ ସ୍ଲଟ ବୁକିଂ କରିବାକୁ ପଡ଼ିବ ନାହିଁ । ସେମାନେ ସିଧାସଳଖ ସେଣ୍ଟରକୁ ଯାଇ ଦ୍ୱିତୀୟ ଡୋଜ୍ ଟିକା ନେଇ ପାରିବେ ।

ଯେଉଁ ସେଣ୍ଟରରେ ପ୍ରଥମ ଡୋଜ୍ ନେଇଥିଲେ ସେହିଠାରୁ ନେବେ ଦ୍ୱିତୀୟ ଡୋଜ୍ ଟିକା । ଏଥିପାଇଁ ପ୍ରଥମ ଡୋଜ୍ ଟିକାର ପ୍ରୋଭିଜିନାଲ୍ ସାର୍ଟିଫିକେଟ ସାଙ୍ଗରେ ଆଣିବାକୁ ପଡ଼ିବ । ପୂର୍ବରୁ ଭୁବନେଶ୍ୱର ଯାତ୍ରୀ ନିବାସରେ ଥିବା ଟିକାଦାନ କେନ୍ଦ୍ର ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟର ଓ ତାରାପନ୍ଥ ଭବନରେ ଥିବା ଟିକାଦାନ କେନ୍ଦ୍ର ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।












Click it and Unblock the Notifications