ପରୀ ହତ୍ଯାକାରୀ ସରୋଜର ହେବନି ନାର୍କୋ ଟେଷ୍ଟ
ନୟାଗଡ ନାବାଳିକା ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଆଜି ନୟାଗଡ ଜେଜେବି କୋର୍ଟରେ ନାବାଳକ ସାବ୍ୟସ୍ତ ହୋଇଛି । ଫଳରେ ସରୋଜର ହେବ ନାହିଁ ନାର୍କୋ ଟେଷ୍ଟ ।
ଭୁବନେଶ୍ବର: ସରୋଜ ସେଠୀର ହେବ ନାହିଁ ନାର୍କୋ ଟେଷ୍ଟ । ନୟାଗଡ ନାବାଳିକା ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଆଜି ନୟାଗଡ ଜେଜେବି କୋର୍ଟରେ ନାବାଳକ ସାବ୍ୟସ୍ତ ହୋଇଛି । ଫଳରେ ସରୋଜର ହେବ ନାହିଁ ନାର୍କୋ ଟେଷ୍ଟ ।

ଅଭିଯୁକ୍ତ ସରୋଜ ସେଠୀର ବୟସକୁ ନେଇ ବିବାଦ ଲାଗି ରହଥିଲା । ଅଭିଯୁକ୍ତକୁ ସାବାଳକ ଭାବେ ବିବେଚିତ କରି ତଦନ୍ତ କରିଥିଲା ଏସଆଇଟି । ତେବେ ସରୋଜ ଏବେ ନାବାଳକ ସାବ୍ୟସ୍ତ ହେବା ପରେ ଏବେ ଜେଲ୍ ନୁହେଁ ବାଳ ସୁଧାର ଗୃହ ଯିବ ସରୋଜ ।
ତେବେ ସରୋଜ ମାଟ୍ରିକ ସାର୍ଟିଫିକେଟ ଓ ଜନ୍ମଗତ ପ୍ରମାଣପତ୍ର ଜରିଆରେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ସରୋଜଙ୍କ ପରିବାର । ଗିରଫ ପରେ ସରୋଜକୁ ରିମାଣ୍ଡରେ ନେଇଥିବା ଏସଆଇଟି ତଦନ୍ତ କରି ଯେଉଁ ପ୍ରମାଣ ପାଇଥିଲା । ତାହାକୁ ଆଧାର କରି ଆଭିଡେନସ ଆକ୍ଟ ଜରିଆରେ କୋର୍ଟରେ ଉପସ୍ଥାପିତ କରାଯାଇପାରିବ ବୋଲି ସୂଚାଇଛି ଏସଆଇଟି ।












Click it and Unblock the Notifications