ରାଜଧାନୀ ରାସ୍ତାରେ ଆଉ ବୁଲିବେନି ବୁଲାଗାଇ ଗୁରୁ, ମନ୍ତ୍ରୀ
ରାଜଧାନୀ ଭୁବନେଶ୍ୱରରେ ଚଳିତ ମାସରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବା ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ରାସ୍ତାରୁ ବୁଲା ଗାଈଗୋରୁ ହଟାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟବସ୍ଥା କରାଯାଉଛି। ରାଜ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୁରୁବାର ଏ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।

ଶ୍ରୀ ମଲ୍ଲିକ କହିଛନ୍ତି, ରାଜ୍ୟ ସରକାର ଅସହାୟ ଓ ବୁଲା ଗାଈଗୋରୁଙ୍କ ଥଇଥାନ ପାଇଁ ଗୋଶାଳାର ବ୍ୟବସ୍ଥା କରୁଛନ୍ତି। ଗୋଶାଳା ସ୍ଥାପନ ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
ସୂଚନା ଅନୁଯାୟୀ, ଗୋଶାଳା ସ୍ଥାପନ କରିବାକୁ ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଭିତ୍ତିଭୂମି ବିକାଶ ନିମନ୍ତେ ୫୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ। ସେହିପରି ବୁଲା ଗାଈଗୋରୁଙ୍କ ଭରଣ ପୋଷଣ ନିମନ୍ତେ ବର୍ଷକୁ ୨୦ ହଜାର ଟଙ୍କା ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।


Click it and Unblock the Notifications
