ଆଉ ହେବନି ବର୍ଷା ! ସୋମବାର ଠାରୁ ପାଗରେ ହେବ ପରିବର୍ତ୍ତନ

ସୋମବାର ଠାରୁ ରାଜ୍ୟରେ ପାଗରେ ହେବ ପରିବର୍ତ୍ତନ । ଉପକୂଳ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ୍ ଓ ଗୁରୁଚାପ କ୍ରମଶଃ ଦୁର୍ବଳ ହେଉଛି । ଗୁରୁଚାପ ରବିବାର ସନ୍ଧ୍ୟାରେ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ରହିଛି ।

rain

ଯାହା ଫଳରେ କାଳବୈଶାଖୀ ଜନିତ ବର୍ଷା କମିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଆକାଶ ମେଘୁଆ ରହିବ ହେଲେ ବିଶେଷ ବର୍ଷା ହେବନାହିଁ । ଆସନ୍ତା ୨୬ତାରିଖରୁ ତାପମାତ୍ରା ବଢିବ ବୋଲି ଆକଳନ କରିଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।

ସେପଟେ ରାଜ୍ୟରେ ଦୁଇ ଦିନ ହେଲା କାଳବୈଶାଖୀର ତାଣ୍ଡବ ଜାରି ରହିଛି । ଗଞ୍ଜାମ, ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର ଓ ବାରିପଦାରେ ତୁହାକୁ ତୁହା ବର୍ଷା ହୋଇିଥିଲା । ଶନିବାର ବଜ୍ରପାତରେ ଦିଗପହଣ୍ଡି ଓ ବ୍ରହ୍ମଗିରିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ବ୍ରହ୍ମପୁର ଏମ୍‌କେସିଜି ପରିସରରେ ବର୍ଷା ପାଣି ପଶି କୃତ୍ରିମ ବନ୍ୟା ସୃଷ୍ଟି କରିଛି । ବିଜୁଳି ଓ ଘଡ଼ଘଡ଼ିର ଗର୍ଜନ ଭୟର ବାତାବରଣ ସୃଷ୍ଟି କରିଛି । ଆଉ ଦୁଇ ଦିନ କାଳବୈଶାଖୀ ପ୍ରଭାବରେ ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+