ଆଉ ନିସ୍ତାର ନାହିଁ ; ସିସିଟିଭି ନଜରରେ ରହିବ ପୁରୀ ସହର, ଲାଗିବ ୬୨୦ ଟି କ୍ୟାମେରା
ପୁରୀକୁ ଜାଗିବ ସିସିଟିଭି । ଯାହା ପାଇଁ ପୁରା ସହରକୁ ନିଜର ରଖାଯାଇ ପାରିବ । ପୁରୀ ପାଇଁ ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ।

ଏନେଇ ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ସମଙ୍ଗ, ମାଳତୀପାଟପୁର, ମଙ୍ଗଳଘାଟ ପ୍ରବେଶ ପଥରେ ବି ଜଗିବ ସିସିଟିଭି। ପୋର୍ଟେବଲ ନେଟଓ୍ବର୍କ ଓ ଅପଟିକାଲ୍ ଫାଇବର ଥିବା ୬୨୦ ସିସିଟିଭି ସହରରେ ଲାଗିବ।
ଶ୍ରୀମନ୍ଦିର ଭିତର ବାହାର, ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ଲାଗିବ ବୋଲି ଜିଲାପାଳ କହିଛନ୍ତି। ଏଥିସହିତ ନାଟମଣ୍ଡପରେ ମଧ୍ୟ ସିସିଟିଭି ଲଗାଇବାକୁ ଟେଣ୍ଡର ଆହ୍ବାନ କରାଯାଇଛି।












Click it and Unblock the Notifications