ଗ୍ରାମାଞ୍ଚଳରେ ଖୋଲିବନି ଆଉ ନୂଆ ମଦ ଦୋକାନ; ସରକାର ଆଣିଲେ ନୂଆ ଅବକାରୀ ନୀତି
ପୁଣି ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଗ୍ରାମାଞ୍ଚଳରେ ଆଉ ଖୋଲିବ ନାହିଁ ନୂଆ ମଦ ଦୋକାନ। ଶୁକ୍ରବାର ନୂଆ ଅବକାରୀ ନୀତି ଆଣିଛନ୍ତି ଓଡିଶା ସରକାର। ଆସନ୍ତା ସେପ୍ଟେମ୍ବର ୧ରୁ ରାଜ୍ୟରେ ଏହି ନୂଆ ଆଇନ ଲାଗୁହେବ।

୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନୂଆ ଆଇନ ବଳରେ ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ। କେବଳ ଥ୍ରୀ ଷ୍ଟାର୍ ହୋଟେଲ୍କୁ ନୂଆ ବାର୍ ଲାଇସେନ୍ସ ମିଳିବ। ଏହା ବ୍ୟତୀତ ଭାଙ୍ଗ, ତାଡ଼ି, ପୋଚ ପାଇଁ ମଧ୍ୟ ନିୟମ ଲାଗୁ ହେବ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ରାଜ୍ୟରେ ଆଉ ଡ୍ୟାନ୍ସ ବାର୍ ଆଉ ଚାଲିବ ନାହିଁ। ବାର୍ ଗୁଡ଼ିକରେ ଅନୁମତି ନେଇ କରିପାରିବେ ସଂଗୀତ ପରିବେଷଣ କରିପାରିବେ। କୌଣସି ପରିସ୍ଥିତିରେ ବାର୍ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି। ବିଚ୍ରେ ମଦ ଶ୍ୟାକ୍ସ ବା କ୍ୟାବିନ୍ ଖୋଲିବା ଅନୁମତି ପର୍ଯ୍ୟଟନ ବିଭାଗର।












Click it and Unblock the Notifications