Get Updates
Get notified of breaking news, exclusive insights, and must-see stories!

ଆଉ ଏବେ ଖୋଲିବନି ହୀରାକୁଦ ଗେଟ୍

ବର୍ତ୍ତମାନ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର କମୁଛି। ହେଲେ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଥିବାରୁ ୨ ଦିନ ଅବସ୍ଥାରେ ବେଶି ସୁଧାର ଆସିବନି। ଏହା ପରେ ଜଳସ୍ତର କମିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର କମୁଛି। ହେଲେ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଥିବାରୁ ୨ ଦିନ ଅବସ୍ଥାରେ ବେଶି ସୁଧାର ଆସିବନି। ଏହା ପରେ ଜଳସ୍ତର କମିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

Hirakud Gate

୨୦ରୁ ୨୧ ଯାଏଁ ବର୍ଷା ହେବା ସମ୍ଭାବନା ଅଛି । ମହାନଦୀରେ ୭ଟି ଘାଇ ହୋଇଛି । ୨୦୦ରୁ ଅଧିକ ଘଳିଆ ବନ୍ଦ କରାଯାଇଛି । ଆଗକୁ ଧୀରେ ଧୀରେ ଜଳସ୍ତର କମିବ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏବେ ଆଉ ହୀରାକୁଦ ଗେଟ୍ ଖୋଲାଯିବ ନାହିଁ । ସ୍ଥିତି ଦେଖି ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।

ଏବେ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଡ୍ୟାମ୍‌ର ଜଳସ୍ତର ଏବେ ୬୨୨.୨୭ ଫୁଟ ଅଛି । ହୀରାକୁଦକୁ ଇନ୍‌ଫ୍ଲୋ ୨ ଲକ୍ଷ ୯୩ ହଜାର ୨୨୫ କ୍ୟୁସେକ ହେଉଥିବା ବେଳେ ଆଉଟଫ୍ଲୋ ଅଛି ୪ ଲକ୍ଷ ୭୫ ହଜାର ୭୨୨ କ୍ୟୁସେକ । ମୁଣ୍ଡଳିଠାରେ ୯ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରେ ଆଉ ବର୍ଷା ନ ଥିବାରୁ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ତେଣୁ ଆଉ ଗେଟ୍ ଖୋଲିବା ଆବଶ୍ୟକତା ପଡ଼ି ନ ପାରେ ।

ବର୍ତ୍ତମାନ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ହେଲେ ମୁଣ୍ଡଳିରେ ଜଳପ୍ରବାହ ୭.୫ରୁ ୮ ଲକ୍ଷ କ୍ୟୁସେକରେ ସୀମିତ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି EIC ।

ସେ କହିଛନ୍ତି, ଲଘୁଚାପଜନିତ ବର୍ଷା ୨୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଏହା ମଧ୍ୟରେ ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ବେସିନ୍‌ରେ ଅଧିକ ବର୍ଷା ସମ୍ଭାବନା ରହିଛି । ତେଣୁ ମୟୂରଭଞ୍ଜ ଓ କେନ୍ଦୁଝରର ଜଳାଶୟକୁ ଖାଲି କରାଯାଇଛି । ବର୍ଷା ଯୋଗୁ ପୁଣି କେତେ ପାଣି ଡ୍ୟାମରେ ପ୍ରବେଶ କରିବ, ଜଳସ୍ତର କମିବ ନା ବଢ଼ିବ ତାହା ଦେଖି ବନ୍ୟା ନିୟନ୍ତ୍ରଣ ପାଇଁ ନିଷ୍ପତ୍ତି ନେବୁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+