ଆଉ ଲେଟ ହେବ ନାହିଁ, ଅର୍ଡରର ୪୮ ଭିତରେ ଘରେ ପହଞ୍ଚିବ ଗ୍ୟାସ, ନହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଆଉ ଲେଟ ହେବ ନାହିଁ ୪୮ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଗ୍ୟାସ । ନହେଲେ କାର୍ଯ୍ୟନୁଷ୍ଠାନ । ଅର୍ଡର ଦେବାର ୪୮ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଗ୍ୟାସ ପେଟ୍ରୋଲ, ଡିଜେଲ୍ ମାନରେ କୌଣସି ସାଲିସ୍ କରାଯିବନି। ନିୟମିତ ଭାବେ ପେଟ୍ରୋଲ ଟାଙ୍କି ମାନଙ୍କରେ ଯାଞ୍ଚ କରାଗଲେ ଯଦି କେହି ଅପମିଶ୍ରଣ କରୁଥିବା ଜଣାପଡ଼ିବ, ତାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏଣିକି ଗ୍ୟାସ୍ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଖାଉଟିଙ୍କ ପାଖରେ ପହଞ୍ଚିବ ରନ୍ଧନ ଗ୍ୟାସ ସିଲିଣ୍ଡର। ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ବିତରଣକାରୀ ସଂସ୍ଥା ବା ଡିଲରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ପେଟ୍ରୋଲ୍, ଡିଜେଲ୍ ଓ ଏଲ୍ ପିଜି ଡିଲର୍ ସଂଘ ସହ ବୈଠକ ପରେ ଏ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ସେହିପରି ପେଟ୍ରୋଲ, ଡିଜେଲ୍ ମାନରେ କୌଣସି ସାଲିସ୍ କରାଯିବନି। ନିୟମିତ ଭାବେ ପେଟ୍ରୋଲ ଟାଙ୍କି ମାନଙ୍କରେ ଯାଞ୍ଚ କରାଗଲେ ଯଦି କେହି ଅପମିଶ୍ରଣ କରୁଥିବା ଜଣାପଡ଼ିବ, ତାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନକୁ ପ୍ରାଥମିକତା ଦେଇ ଏସବୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।












Click it and Unblock the Notifications