For Quick Alerts
Turn On Notification  
For Daily Alerts
Oneindia App Download

ଜଗାକୁ ଦେଖିବା ଲାଗି ଆଉ ଲୋଡା ନାହିଁ କୋଭିଡ ନେଗେଟିଭ ରିପୋର୍ଟ

ଆସନ୍ତା ୨୧ରୁ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ । ଏନେଇ ଆଜି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

|

ପୁରୀ: ହଟିଲା କଟକଣା । ଏବେ ନିଜ ପ୍ରିୟର ଠାକୁରକୁ ଦେଖି ପାରିବେ ସମସ୍ତ ଭକ୍ତ । ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଆବଶ୍ୟକ ନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ । ଆସନ୍ତା ୨୧ରୁ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ । ଏନେଇ ଆଜି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ନୀତି ନିୟମ ନିର୍ଦ୍ଧାରଣ ହୋଇଛି। ବୟସ୍କ ବ୍ୟକ୍ତିଙ୍କ ଦର୍ଶନ ପାଇଁ ଧାଡି ବ୍ୟବସ୍ଥା କରାଯିବ। ଏବେ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଦରକାର ପଡୁଥିବା ବେଳେ ଜାନୁଆରୁ ୨୧ରୁ ଏହି ରିପୋର୍ଟ ଆଉ ଦରକାର ପଡିବ ନାହିଁ। ଏଥିସହ ସାକଳ ୭ରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ଦୈନିକ ୩୦ ହଜାର ଭକ୍ତିଙ୍କୁ ଦର୍ଶନ ଅନୁମତି ମିଳିବ।

Shree Mandir

ସେହିଭଳି ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ରବିବାର ଦିନ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ମନ୍ଦିର ସାନିଟାଇଜ କରିବାକୁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ୨୧ ତାରିଖ ପରଠାରୁ ନୂତନ ସମୟରେ ଦର୍ଶନ ବ୍ୟବସ୍ଥା କରାଯିବ। ସକାଳ ୬ଟା ପରେ ଓ ୭ଟା ମଧ୍ୟରେ କେବଳ ପୁରିବାସୀ ଦର୍ଶନର ସ୍ୱତନ୍ତ୍ର ବ୍ୟବସ୍ଥା । ସକାଳ ୭ଟା ପରେ ସାଧାରଣ ଦର୍ଶନ ବ୍ୟବସ୍ଥା କରାଯିବ।

ତେବେ 65000 ଭକ୍ତ ପରୀକ୍ଷାମୂଳକ ବ୍ୟବସ୍ଥା ସମୟରେ ଦର୍ଶନ କରିଛନ୍ତି। 25000 ଭକ୍ତ 3 ତାରିଖ ପରଠାରୁ ସାଧାରଣ ବ୍ୟବସ୍ଥାରେ ଦର୍ଶନ କରିଛନ୍ତି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
No more Covid negative Report Need For Shree Mandir Darshan
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X