ଓଡ଼ିଶାକୁ ନାହିଁ ଆଉ କୋଭିଡ଼ ବିପଦ: ଜୟନ୍ତ ପଣ୍ଡା
ରାଜ୍ୟରେ କୋଭିଡ଼ ସ୍ଥିତିକୁ ନେଇ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ଓଡ଼ିଶା ପାଇଁ କୋଭିଡ଼ ବିପଦ ଆଉ ନାହିଁ । ଦୈନିକ ଦେଶରେ ୨ ଲକ୍ଷ ଓ ରାଜ୍ୟରେ ୭ ହଜାର ଟେଷ୍ଟ ହେଉଛି । ସେଥିରୁ ଅତି ନଗଣ୍ୟ ଲୋକଙ୍କ ପଜିଟିଭ ଆସୁଛି ।
ଭୁବନେଶ୍ୱର: ରାଜ୍ୟରେ କୋଭିଡ଼ ସ୍ଥିତିକୁ ନେଇ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ଓଡ଼ିଶା ପାଇଁ କୋଭିଡ଼ ବିପଦ ଆଉ ନାହିଁ । ଦୈନିକ ଦେଶରେ ୨ ଲକ୍ଷ ଓ ରାଜ୍ୟରେ ୭ ହଜାର ଟେଷ୍ଟ ହେଉଛି । ସେଥିରୁ ଅତି ନଗଣ୍ୟ ଲୋକଙ୍କ ପଜିଟିଭ ଆସୁଛି । ତେଣୁ ଆଉ ଭୟ କରିବାରେ କିଛି ନାହିଁ ବୋଲି ଜୟନ୍ତ ପଣ୍ଡା କହିଛନ୍ତି ।

ବୁଷ୍ଟର ଡୋଜ ନେଇନଥିବା ବ୍ୟକ୍ତି ଟୀକା ନେଇଯିବା ଆବଶ୍ୟକ । ବିପଦ ଟଳିଥିଲେ ମଧ୍ୟ ସଚେତନ ରହିବା, ମାକ୍ସ ପିନ୍ଧିବା, କୋଭିଡର ସମସ୍ତ ନିୟମକୁ ମାନିବା ବୋଲି ବିଶେଷଜ୍ଞ ମତ୍ତ ପ୍ରକାଶ କରିଛନ୍ତି । । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏତିକି କୁହାଯାଇପାରିବ କୋଭିଡକୁ ନେଇ ଆଉ ସଙ୍କା ରହିବ ନାହିଁ । ତେବେ ବିପଦ ନଥିଲେ ମଧ୍ୟ କେଭିଡ ନିୟମ ମାନିବାକୁ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଆମର କୋଭିଡ ପରିଚାଳନା ବହୁତ ଭଲ ହୋଇଛି। ତେଣୁ ବର୍ତ୍ତମାନ ସ୍ଥିତିରେ କୋଭିଡ ନେଇ ଭୟଭୀତ ହେବାର ନାହିଁ। ପ୍ରତି ୧୦୦ ବର୍ଷରେ କିଛି ନା କିଛି ମହାମାରୀ ଆସିଛି। ପ୍ରଥମ ଲହର, ଦ୍ବିତୟ, ତୃତୀୟ ଲହର ଆଦି। କୋଟି କୋଟି ଲୋକଙ୍କର ମୃତ୍ୟୁ ହୋଇଛି। କିନ୍ତୁ କୋଭିଡରେ ଏପର୍ଯ୍ୟନ୍ତ ବିଶ୍ବରେ ମାତ୍ର ୫ ଲକ୍ଷ ୩୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ଚୀନର କୋଭିଡ ଟିକା ପ୍ରଭାବିତ ହୋଇନାହିଁ। ଚୀନରୁ ଉତ୍ପାଦିକ ଟିକା ଯେଉଁଠି ବ୍ୟବହାର ହୋଇଛି, ସେଠାରେ ମଧ୍ୟ ଲୋକେ କୋଭିଡରୁ ସୁରକ୍ଷିତ ନାହାନ୍ତି ।












Click it and Unblock the Notifications