ଆଉ ଦୁର୍ନୀତି ଖୋରଙ୍କୁ ନିସ୍ତାର ନାହିଁ, ଯୋଗାଣ ନିରୀକ୍ଷକଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ
ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନୁଗୁଳଜିଲ୍ଲା କଣିହା ବ୍ଲକର ପୂର୍ବତନ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ବବିଲତା ବର୍ତ୍ତମାନ ବାରିପଦା ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଣ ନିରୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।

କଣିହା ବ୍ଲକରେ କାର୍ଯ୍ୟରତ ଥିବାବେଳେ ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଅନୁଗୋଳ ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୁଦ୍ଧରେ କେଶ୍ ରୁଜୁ ହୋଇଥିଲା। ନିକଟରେ ଅନୁଗୁଳ ଭିଜିଲାନ୍ସ ସ୍ପେସାଲ ଜଜ୍ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରିଛନ୍ତି।
ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରୁଥିବା ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ବବିତା ବେହେରାଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଆଜି ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଜଣ ଦୁର୍ନୀତି ଖୋର୍ ସରକାରୀ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି। ଏହା ପୂର୍ବରୁ ଆଜି ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ବହିଷ୍କାର କରିଥିଲେ।












Click it and Unblock the Notifications