ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ମନା: ବାଚସ୍ପତି
ଭୁବନେଶ୍ୱର: ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ମନା। କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏ ନେଇ ରୋକଠୋକ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ ।
ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏଣିକି କୌଣସି ବିଧାୟକ କିମ୍ବା ମନ୍ତ୍ରୀ ବିଧାନସଭା ଗୃହ ମଧ୍ୟକୁ ମୋବାଇଲ ନେଇ ଯାଇପାରିବେ ନାହିଁ । ସୋର ବିଧାୟକ ଗୃହରେ ଫଟୋ ଉଠାଉଥିବାବେଳେ ଏହାକୁ ବାରଣ କରିବା ସହ ରୋକଠୋକ ଶୁଣାଇଛନ୍ତି ବାଚସ୍ପତି ସୁରମା ପାଢୀ।

କେବଳ ସୋର ବିଧାୟକ ନୁହନ୍ତି ଅନେକ ବିଧାୟକ ମୋବାଇଲରେ କଥା ହେଉଥିବା ନଜିର ରହିଛି।କେବଳ ମୋବାଇଲ ଫୋନ ନୁହେଁ ବିଧାୟକ ମାନେ ପାଣି ବୋତଲ ନେଇ ମଧ୍ୟ ବିଧାନସଭା ଭିତରକୁ ଯାଇପାରିବେ ନାହିଁ । ବିଧାନସଭା ବାହାରେ ପିଇବା ପାଣିର ବ୍ୟବସ୍ଥା ରହିଛି। ତେଣୁ ବିଧାନସଭା ଭିତରେ ମୋବାଇଲର ବ୍ୟବହାର ଓ ପାଣି ବୋତଲ ବ୍ୟବହାର କରିବା ଅନୁଚିତ ବୋଲି କହିଛନ୍ତି ବାଚସ୍ପତି।












Click it and Unblock the Notifications