ବିନା ମାସ୍କରେ ମଲ, ଦୋକାନ, ଷ୍ଟୋରରେ ପ୍ରବେଶ ନିଷେଦ୍ଧ, ନିୟମ କଡାକଡି କଲା ବିଏମସି
ରାଜଧାନୀରେ ନିୟମ କଡାକଡି କଲା ବିଏମସି । ମାସ୍କ ନଥିଲେ ପ୍ରବେଶ ମନା । ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ସାମଗ୍ରୀ । ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନିୟମ କଡାକଡି କରିଛି ।
ଭୁବନେଶ୍ୱର: ରାଜଧାନୀରେ ନିୟମ କଡାକଡି କଲା ବିଏମସି । ମାସ୍କ ନଥିଲେ ପ୍ରବେଶ ମନା । ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ସାମଗ୍ରୀ । ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନିୟମ କଡାକଡି କରିଛି । କୋଭିଡ୍ ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦିଆଯାଇଛି ।

ତେବେ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ହୋଇଛି । ବିନା ମାସ୍କରେ ମଲ, ଦୋକାନ, ଷ୍ଟୋରକୁ ପ୍ରବେଶକୁ ବାରଣ କରାଯାଇଛି ।
ମାସ୍କ ପିନ୍ଧିବା ବେଳେ ଏହା ମୁହଁ ଓ ନାକକୁ ସମ୍ପୂର୍ଣ୍ଣ ଘୋଡେଇ ହେଉଥିବା ଆବାଶ୍ୟକ ବୋଲି ବିଏମସି ଆଡଭାଇଜରୀରେ କହିଛି ।
ଏପରି କି ଦୋକାନ ବାହାରେ ମାସ୍କ ନଥିଲେ, ପ୍ରବେଶ ମନା ଏବଂ ସାମଗ୍ରୀ ମନା ବୋର୍ଡ ଲଗାଇବାକୁ ବିଏମସି ଦୋକାନୀଙ୍କୁ କହିଛି । ସେହିଭଳି ପେଟ୍ରୋଲ୍ ପମ୍ପରେ ମଧ୍ୟ ମାସ୍କ ପିନ୍ଧି ନଥିଲେ ନଦେବାକୁ କୁହାଯାଇଛି ।
ଘରୋଇ ତଥା ସରକାରୀ ଅଫିସରେ ମଧ୍ୟ ମାସ୍କ ପରିଧାନକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି । ଏହା ସହ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି ।












Click it and Unblock the Notifications