Get Updates
Get notified of breaking news, exclusive insights, and must-see stories!

ରେଶମ ସହରରେ ମାସ୍କ ବାଧ୍ୟତାମୂଳକ

NO MASK, NO ENTRY :After Sambalpur, Bhubaneswar And Cuttack Now Berhampur Municipal Corporation Made The Wearing of Masks Mandatory .ରେଶମ ସହରରେ ମାସ୍କ ବାଧ୍ୟତାମୂଳକ

ବ୍ରହ୍ମପୁର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା କାରଣରୁ ପ୍ରଥମେ ଭୁବନେଶ୍ୱରେ ଏବଂ ଏବେ ରେଶମ ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।ସେହିପରି କଟକ ଓ ସମ୍ବଲପୁର ଆଦି ସହରରେ ମଧ୍ୟ ମାସ୍କ ବାଧ୍ୟତାମୂଳକ ।ପୂର୍ବରୁ ରାଜ୍ୟର ଅନ୍ୟ ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଜିଠୁ ବ୍ରହ୍ମପୁରରେ ମଧ୍ୟ ଏହି ନିୟମ ଜାରି କରାଯାଇଛି ।କରୋନା ସ୍ଥିତିକୁ ନଜରରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବ୍ରହ୍ମପୁରବାସୀ ଓ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

Berhampur MASK

ପାର୍କ ଓ ଜିମ୍‌ ଓ ଜନଗହଳି ସ୍ଥାନ, ପୂଜାସ୍ଥଳୀରେ ସଠିକ ଢଙ୍ଗରେ ମାସ୍କ ପିନ୍ଧିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପରାମର୍ଶ ଦିଆଯାଇଛି । ସପିଂ ମଲ୍ ଓ ଦୋକାନରେ ବିନା ମାସ୍କରେ ଏଥ ଏଣ୍ଟ୍ରି ମିଳିବ ନାହିଁ । ଷ୍ଟାଫ୍ ଓ ଗ୍ରାହକ ଉଭୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମଲ୍ ଓ ଦୋକାନ ବାହାରେ NO MASK, NO ENTRY ମଧ୍ୟ ଲେଖାଯିବ ।ଏହାଛଡ଼ା ପେଟ୍ରୋଲ ପମ୍ପରେ ମଧ୍ୟ ବିନା ମାସ୍କରେ ମିଳିବନି ପେଟ୍ରୋଲ । ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀ ଅଫିସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କରୋନା କଟକଣା ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+