Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି: କେହି ଭୟଭୀତ ହେବାର ନାହିଁ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଓଡ଼ିଶାରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । କେହି ଭୟଭୀତ ହେବାର ନାହିଁ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ । 'ଭାରତ ସରକାରଙ୍କ ଯାହା ଗାଇଡଲାଇନ୍‌ ଆସିବ ପାଳନ ହେବ' । 'ଦେଶରେ ସେପରି ସ୍ଥିତି ନାହିଁ, ୩/୪ଟି ସ୍ଥାନରେ ଚିହ୍ନଟ ହୋଇଛନ୍ତି' ।

ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ହସ୍ପିଟାଲ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଲୋକ ମାନେ ଭୟଭୀତ ହୁଅନ୍ତୁ ନାହିଁ । ସେମିତି କିଛି ପ୍ରଭାବ ହୋଇ ନାହିଁ । ଓଡ଼ିଶାରେ କେସ୍ ଆସିନାହିଁ । ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଭାରତ ସରକାର ଯାହା ଗାଇଡଲାଇନ ଦେବେ ମାନିବୁ । ହସ୍ପିଟାଲରେ ଡାକ୍ତରୀ ଟିମ୍ ପ୍ରସ୍ତୁତ ଅଛନ୍ତି । ଥଣ୍ଡା କାଶ ହେଲେ ଡାକ୍ତର ପରାମର୍ଶ କରନ୍ତୁ । ଆମେ ସାମ୍ପଲ ଟେଷ୍ଟ କରିବୁ । ସାମ୍ପଲ ଟେଷ୍ଟ କରିବାକୁ ଆଇସିଇଆର, ଆଇଏଲଏସ, ଏମ୍ସ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ହସ୍ପିଟାଲ ଗୁଡିକୁ କୁହାଯାଇଛି ପ୍ରସ୍ତୁତ ରହିବାକୁ ।

ସୂଚନାଯୋଗ୍ୟ ଯେ, ଦେଶରେ ବ୍ୟାପିଲାଣି ଚୀନ୍ ଭାଇରସ୍ HMPV । ଏପର୍ଯ୍ୟନ୍ତ ଦେଶରୁ ଚିହ୍ନଟ ହେଲେଣି ୭ ଜଣ HMPV ପଜିଟିଭ୍ ।

କ'ଣ ଏହି ଏଚଏମପିଭି?

ପ୍ରାୟ ୨୪ ବର୍ଷ ପୂର୍ବେ ୨୦୦୧ରେ ନେଦରଲାଣ୍ଡରେ ପ୍ରଥମେ ଚିହ୍ନଟ ହୋଇଥିଲା ଏହି ଶ୍ବାସଜିନତ ଭୂତାଣୁ । ଆଉ ପ୍ରାୟ ୨୪ ବର୍ଷ ପରେ ଏବେ ପୁଣି ଚୀନରେ ମୁଣ୍ଡ ଟେକିଛି ଏଚଏମପିଭି । ବେଶ୍ କିଛି ଦିନ ହେବ ଚୀନରେ ଏହା ଆତଙ୍କ ଖେଳାଇଥିବା ବେଳେ ଏବେ ଭାରତରେ ଏହାର ବଢୁଥିବା କାୟା ଆଉ ଏକ ମହାମାରୀଙ୍କ ବାଙ୍କା ସୃଷ୍ଟି ।

ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ (HMPV) ହେଉଛି ଏକ ନକାରାତ୍ମକ-ସେନ୍ସ ସିଙ୍ଗଲ୍-ଷ୍ଟ୍ରାଣ୍ଡେଡ୍ ଆରଏନଏ ଭାଇରସ୍ ଯାହା ନ୍ୟୁମୋଭିରିଦେ ବର୍ଗର ଏବଂ ଏଭିଆନ୍ ମେଟାନ୍ୟୁମୋଭାଇରସ୍ (AMPV)ର ଉପବର୍ଗ ସି ସହିତ ମଧ୍ୟ ଏହାର ଅନେକ ସମାନତା ରହୁଛି । ଏହାକୁ ପ୍ରଥମେ ୨୦୦୧ରେ ନେଦରଲ୍ୟାଣ୍ଡରେ ଆରଏନଏ ଆରବିଟାରିଲି ପ୍ରାଇମ୍ଡ୍ ପିସିଆର (RAP-PCR)କୁ ବବହାର କରି ଚିହ୍ନଟ କରାଯାଇଥିଲା । ଏହି ଭାଇରସ ମୁଖ୍ୟତଃ ଶ୍ୱାସକ୍ରିୟା ପ୍ରଣାଳୀକୁ ବେଶୀ ପ୍ରଭାବିତ କରେ । ମୁଖ୍ୟତଃ ଶୀତଦିନର ଶେଷ ଏବଂ ବସନ୍ତ ଋତୁରେ ଏହି ଭୂତାଣୁ ଅଧିକ ସକ୍ରିୟ ହୋଇଉଠେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+