ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ କହିଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ
ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ କହିଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ବଂଶଧାରା ନଦୀ ଛଡ଼ା ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । କାଶୀନଗର ନିକଟରେ ବଂଶଧାରା ବିପଦ ସଙ୍କେତ ଉପରେ ପ୍ରବାହିତ । କାଶୀନଗରରେ ବଂଶଧାରା ୫୫.୨୪ ମିଟରରେ ପ୍ରବାହିତ ହେଉଛି। ତଳିଆ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କାରେ ପ୍ରଶାସନ ସଜାଗ୍ ରହିଛି । ହୀରାକୁଦରେ ଜଳସ୍ତର ବଢ଼ୁଛି କିନ୍ତୁ ମହାନଦୀରେ ବନ୍ୟାସ୍ଥିତି ନାହିଁ। ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବଢ଼ିବ, ହେଲେ ବନ୍ୟା ହେବନି । ଏବେ ୯ଟି ଗେଟ୍ ଦେଇ ଦୀରାକୁଦରୁ ଜଳ ନିଷ୍କାସନ ହେଉଛି । ରେଙ୍ଗାଲି, ଇନ୍ଦାବତୀ, କୋଲାବ୍ ।ଜଳଭଣ୍ଡାରରେ ଜଳସ୍ତର ସ୍ଥିର ରହିଛି । ୮୯ ବ୍ଲକରେ ବର୍ଷା ରେକର୍ଡ ହୋଇଛି, କିନ୍ତୁ ବନ୍ୟା ଆଶଙ୍କା ନାହିଁ ।













Click it and Unblock the Notifications