ରିଡଲେଙ୍କ ପ୍ରଜ୍ଜନନ ପାଇଁ ନଭେମ୍ବର ୧ରୁ ମେ’ ୩୧ ଯାଏଁ ନୋ ଫିସିଂ ଜୋନ୍

ଆସିଲା ବିରଳ ଅଲିଭ୍ ରିଡ୍‌ଲେଙ୍କ ପ୍ରଜନନ ଋତୁ । ଏଥିପାଇଁ ବନ ବିଭାଗ ପକ୍ଷରୁ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ । ନୂଆ ଅତିଥିଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ । ସେମାନଙ୍କ ସୁରକ୍ଷିତ ଆଗମନ ସହ ପ୍ରଜନନ ଓ ଗଣ ଅଣ୍ଡାଦାନ ପାଇଁ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ଏକ ଏନ୍ତୁଡିଶାଳ ସୁରକ୍ଷିତ ସ୍ଥାନ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ନଭେମ୍ବର ୧ ତାରିଖରୁ ମେ' ୩୧ ତାରିଖ ୭ ମାସ ପର୍ଯ୍ୟନ୍ତ ନୋ ଫିସିଂ ଜୋନ ଜାରି କରାଯାଇଛି ।

No fishing zone

ଋଷିକୂଲ୍ୟା ମୁହାଣ ଆର୍ଯ୍ୟପଲ୍ଲୀ ଠାରୁ ପ୍ରାୟଗି ପର୍ଯ୍ୟନ୍ତ ସମୁଦ୍ର ଭିତର ୨୦ କି.ମି. ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ମାଛ ଧରିବା ପାଇଁ ବାରଣ କରାଯାଇଛି । ଏହି ସମୟରେ ଅଲିଭ ରିଡେଲ ସାମୁଦ୍ରିକ କଇଁଛ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ହୋଇଥାଏ । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଧିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସେମାନଙ୍କ ଆଗମନ ଠାରୁ ଆରମ୍ଭ କରି ଛୁଆ ମାନେ ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇ ବନ ବିଭାଗ, ମେରାଇନ ପୋଲିସ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବ୍ରହ୍ମପୁର ଡିଏଫଓ ସୋନି ଖୋଖର କହିଛନ୍ତି । ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ୧୧ଟି ସ୍ଥାନରେ ସେମାନଙ୍କ ସୁରକ୍ଷାକୁ ନେଇ କ୍ୟାମ୍ପ କରାଯିବା ସହ ସେଠାରେ ବନ କର୍ମଚାରୀମାନେ ଜଗି ରହିବେ ବୋଲି ଡିଏଫଓ କହିଛନ୍ତି । ନିର୍ଦ୍ଦେଶ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫଓ କହିଛନ୍ତି । ସମୁଦ୍ରରେ ୨୦ କିଲୋମିଟର ପର୍ଯ୍ୟନ୍ତ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଡିଏଫଓ କହିଛନ୍ତି ।

ଅନ୍ୟପକ୍ଷରେ ଏହି ୭ ମାସ ମତ୍ସ୍ୟଜୀବୀ ହାତବାନ୍ଧି ଘରେ ବସିବାକୁ ପଡ଼ୁଥିବାରୁ ସେମାନଙ୍କ ପରିବାର ପିଛା ସରକାରଙ୍କ ପକ୍ଷରୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଉଛି । ଏହାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ମତ୍ସ୍ୟଜୀବୀ । ସେହିପରି ସାମୁଦ୍ରିକ ମତ୍ସ୍ୟଜୀବୀ ବିଭାଗ ପକ୍ଷରୁ ମାଇକ ଯୋଗେ ଏବଂ ସାମୁଦ୍ରିକ ଗାଁ ବୁଲି ଲୋକଙ୍କୁ ସଚେତନତା କରୁଛନ୍ତି ସାଗର ମିତ୍ର । ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସଚେତନତା, ନୋଟିସ, ଗ୍ରାମସଭା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିବା କହିଛନ୍ତି ମତ୍ସ୍ୟ ଅଧିକାରୀ । ଜିଲ୍ଲାରେ ୫୨ କି.ମି. ସମୁଦ୍ର ବେଳାଭୂମି ରହିଥିବା ବେଳେ ବଟେଶ୍ୱର ଠାରୁ ପୁରୁଣାବନ୍ଧ ଏହି ୫ କି.ମି. ମଧ୍ୟରେ ଅଲିଭ୍ ରିଡଲେଙ୍କ ଆଗମନ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+