ହାର୍ ଜିତ୍କୁ ଭୟ ନାହିଁ, ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ; ପିସିସି ସଭାପତି
ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଭକ୍ତ କହିଛନ୍ତି, ନିର୍ବାଚନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ। ହାର୍ ଜିତ୍ ପାଇଁ ଭୟ ନାହିଁ।

କିନ୍ତୁ ଆମେ ପ୍ରାର୍ଥୀ ଦେବୁ। ଦଳ ବାହାରୁ ହେଉ କି ଭିତର, ଆମେ ପ୍ରାର୍ଥୀ ଦେବୁ । ଆବଶ୍ୟକ ସଂଖ୍ୟା ନଥିବା ସତ୍ୱେ ୩/୪ଜଣଙ୍କ ନାଁ ସ୍ଥିର ହୋଇଛି । ଏନେଇ ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରାଯିବ । ଦଳ ଭିତରୁ ହେଉ କି ବାହାରୁ ବି କାହାକୁ ଜଣଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଭକ୍ତ ଦାସ କହିଛନ୍ତି ।












Click it and Unblock the Notifications