ଶୀତରୁ ନିସ୍ତାର ନାହିଁ, ୬ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।ଏଭଳି ସ୍ଥିତିରେ ଶୀତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ। ଏହି ସବୁ ଜିଲାଗୁଡିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଅନୁଗୋଳ।

ଅନ୍ୟପକ୍ଷେ ରାଜ୍ୟରେ ୧୬ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କୌଣସି ବର୍ଷା ସମ୍ଭାବନା ନ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଗତ ୨ ସପ୍ତାହେ ହେଲା ଶୀତ ପ୍ରକୋପ ଲାଗି ରହିଛି । ଏଭଳି ଲଗାତାର ଶୀତ ବିଗତ ବର୍ଷମାନଙ୍କରେ ଅନୁଭୂତ ହୋଇ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।












Click it and Unblock the Notifications