ଏଥର ରାସ୍ତା ଉପରେ ତୋରଣ ମନା, ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
Durga Puja 2024: ଦୁର୍ଗା ପୂଜାକୁ ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଏଥର ରାସ୍ତା ଉପରେ ତୋରଣ ନିର୍ମାଣ ହୋଇପାରିବ ନାହିଁ । ସେହିପରି ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କଟକ ସହରର ସମସ୍ୟାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ୫ ସୁଦ୍ଧା ରାସ୍ତା ମରାମତି କାମ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ରାସ୍ତା ଉପରେ କୌଣସି ତୋରଣ କିମ୍ବା ଗେଟ୍ ନିର୍ମାଣ ହୋଇପାରିବ ନାହିଁ । ପୂଜା ଆରମ୍ଭ ହେବା ପୂର୍ବରୁ ଇଲେକ୍ଟ୍ରିକ ତାର ଓ କେବୁଲ ସଜାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲା ନେଇ ଆସନ୍ତା ଶୁଣାଣି ଅକ୍ଟୋବର ୩ ତାରିଖରେ କରାଯିବ ।

ଚଳିତବର୍ଷ ଅକ୍ଟୋବର ୯ ତାରିଖରେ ଦୁର୍ଗା ପୂଜା ପଡୁଛି । ଯେଉଁଥି ପାଇଁ ବର୍ତ୍ତମାନ ଅନେକ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଦେବୀ ପୀଠରେ ଷୋଡଶ ଉପଚାର ଆରମ୍ଭ ହୋଇଯାଇଛି । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି । ଯେଉଁଥି ପାଇଁ ରାଜ୍ୟରେ ଅନେତ ଶକ୍ତିପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।












Click it and Unblock the Notifications