ଓଡ଼ିଶାକୁ ନାହିଁ ବାତ୍ୟା ବିପଦ, ଆଇଏମଡି ପକ୍ଷରୁ ହୋଇନାହିଁ ଆକଳନ

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ । ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ପକ୍ଷରୁ କିଛି ଆକଳନ କରାଯାଇନାହିଁ । କିଛି ଗଣମାଧ୍ୟମରେ ଓଡ଼ିଶାକୁ ବାତ୍ୟା ମାଡ଼ ନେଇ ଖବର ପ୍ରସାରିତ ରହିଛି । କିନ୍ତୁ ଏସବୁ ଫେକ ନ୍ୟୁଜ ବୋଲି ପୂର୍ବରୁ ଆଇଏମଡି ସ୍ପଷ୍ଟ କରିସାରିଛି ।

ଏପଟେ ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏହି ଲଘୁଚାପ ପରବର୍ତ୍ତୀ ୨ ଦିନରେ ଅଧିକ ଘନୀଭୂତ ହେବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

No cyclone threat to Odisha IMD has not made any assessment

ତେବେ ଆସନ୍ତା ୭ ଦିନ ଯାଏ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ। ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା ସହ ଝଡ ପବନ ବହିବା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ପାଇଁ ଆଜି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଆସନ୍ତାକାଲି ପାଇଁ ୧୧ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ଏପଟେ ଆରବସାଗରରେ ବଦଳିଲା ପାଗ ମିଜାଜ୍। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି। ଆଗାମୀ ୨ ଘଣ୍ଟା ପାଇଁ ଟ୍ୱିନ ସମେତ ୫ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେଆ ବର୍ଷା ଓ ଘଡ଼ଘଡ଼ି ନେଇ ଆଲର୍ଟ କରାଯାଇଛି। ଟ୍ୱିନ୍ ସିଟି କଟକ-ଭୁବନେଶ୍ବରକୁ କାଳବୈଶାଖୀ ଆଲର୍ଟ ବି ରହିଛି ।

ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର। ଆଜି ସକାଳୁ ରାଜଧାନୀରେ ବର୍ଷା ଯୋଗୁ ତାତିରେ ଲାଗିଛି ସାମାନ୍ୟ ବ୍ରେକ୍ ଲାଗିଛି। ଅପ୍ୟପକ୍ଷରେ ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଦୟପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆଜି ସକାଳେ ଅବପାତରେ ପରିଣତ ହୋଇଛି। ଏହା୨୪ ଘଣ୍ଟା ମଧ୍ୟରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି।

ବପାତ । ପଶ୍ଚିମ କେନ୍ଦ୍ରୀୟ ଆରବସାଗରର ଦକ୍ଷିଣ କୋଙ୍କଣ ଉପକୂଳର ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇଛି । ଏହା ପୂର୍ବ ଦିଗରେ ଗତି କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+